fbpx

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: : ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ସମସ୍ତଙ୍କ ମୁଣ୍ଡିବିନ୍ଧାର କାରଣ ପାଲଟିଲାଣି କରୋନା ଭାଇରସ୍ । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।
ଅନ୍ୟପଟେ କରୋନା ସତର୍କତା ନେଇ ଦେଶର କେତକ ରାଜ୍ୟରେ ଲକ୍ ଡ଼ାଉନ ମଧ୍ୟ କରାଯାଇଛି । ଏହାସହ ଲୋକଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.