fbpx

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବା ମାତ୍ରେ ଝରକା ଦେଇ ଡେଇଁପଡିଲେ ପାଇଲଟ୍

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିରଖିଛି । ବିଶ୍ୱରେ ୧୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହାର ଭୟ ଏପରି ଗ୍ରାସ କରିଛି ଯେ, କାଶ ଓ ଛିଙ୍କ ହେଉଥିବା ବ୍ୟକ୍ତିଙ୍କୁ ଦେଖିଲେ ଭୟରେ ଜାଗା ଛାଡି ପଳାଉଛନ୍ତି ଲୋକେ । ସେହିଭଳି ଜଣେ ଯାତ୍ରୀ ବିମାନରେ ଛିଙ୍କିବା ମାତ୍ରେ ପାଇଲଟ ଜଣକ ଜରୁରୀକାଳୀନ ଝରକାରୁ ଡେଇଁପଡ଼ିଛନ୍ତି ।

ସୂଚନା ମୁତାବକ, ଏହି ଘଟଣା ଏୟାର ଏସିଆ ଇଣ୍ଡିଆ ପୁଣେ-ଦିଲ୍ଲୀ ବିମାନ ୧୫-୭୩୨ରେ ଘଟିଥିଲା । ଶୁକ୍ରବାର ଦିନ ବିମାନରେ ଏକ କରୋନା ସନ୍ଦିଗ୍ଧ ଯାତ୍ରା କରୁଥିବା ଜାଣିବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । କାହିଁକି ନା ଯାତ୍ରୀଙ୍କୁ ଛିଙ୍କ ଆସିବାରୁ ସେ ଛିଙ୍କି ଦେଇଥିଲେ । ଏହି ଖବର ପାଇବା ପରେ ବିମାନର ପାଇଲଟ୍-ଇନ୍-କମାଣ୍ଡ ଜରୁରୀକାଳୀନ ପ୍ରସ୍ଥାନରୁ ଡେଇଁପଡିଥିଲେ ।

ସାଧାରଣତଃ ପାଇଲଟମାନେ ବିମାନର ସାମ୍ନା ଗେଟ ବ୍ୟବହାର କରିଥାନ୍ତି, କିନ୍ତୁ ଯାତ୍ରୀଙ୍କ ଛିଙ୍କିବା ଜାଣିବା ପରେ ବିଚଳିତ ହୋଇ ପାଇଲଟ ଜଣକ ଡେଇଁପଡିଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ପଛ ଗେଟ୍ ଦେଇ ବାହାରକୁ କରାଯାଇଥିଲା । ଛିଙ୍କ ହେଉଥିବା ଯାତ୍ରୀଙ୍କୁ ଆଗ ଗେଟରେ ବାହାର କରାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କ ପରୀକ୍ଷା କରାଯାଇଥିଲା ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Get real time updates directly on you device, subscribe now.