BUSINESSNATIONALTOP STORIES

ଜିଏସଟି ଛାଡ ସୀମା ୨୦ ଲକ୍ଷ ରୁ ୪୦ ଲକ୍ଷ କୁ ବୃଦ୍ଧି, କାଉନସିଲ୍ ବୈଠକରେ ନିଷ୍ପତି

ନୂଆଦିଲ୍ଲୀ,୧୦ ।୧: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନୂଆବର୍ଷ ଭେଟି ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ ଜିଏସ୍ଟି ପରିଷଦର ୩୨ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଏସଟି ପରିଷଦ ବୈଠକରେ ବସ୍ତୁ ଓ ସାମଗ୍ରୀ ଯୋଗାଣକାରୀ ମାନଙ୍କୁ ପ୍ରବେଶ ସୀମାରେ ଉଚ୍ଚ ରିହାତି ଦିଆଯାଇଛି । ବସ୍ତୁର ଯୋଗାଣକାରୀମାନଙ୍କ ପାଇଁ ପଞ୍ଜିକରଣ ଏବଂ ପରିଶୋଧରେ ଦୁଇଟି ଛାଡ଼ ସୀମା ଯଥା ୪୦ ଲକ୍ଷ ଏବଂ ୨୦ ଲକ୍ଷ ଟଙ୍କା ରହିବ । ଗୋଟିଏ ସପ୍ତାହ ମଧ୍ୟରେ ଏଥିରୁ ଗୋଟିଏ ସୀମା ବାଛିବା ଲାଗି ରାଜ୍ୟଗୁଡ଼ିକୁ ବିକଳ୍ପ ଦିଆଯାଇଛି । ତେବେ ସେବା ଯୋଗାଣକାରୀଙ୍କ ପାଇଁ ପଞ୍ଜିକରଣର ପ୍ରାରମ୍ଭିକ ସୀମା ପୂର୍ବ ପରି ୨୦ ଲକ୍ଷ ଏବଂ ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡ଼ିକ ପାଇଁ ୧୦ ଲକ୍ଷ ରହିବ ଘୋଷିତ ହୋଇଛି । ସେହିଭଳି ବର୍ତ୍ତମାନର କମ୍ପୋଜିସନ ସ୍କିମରେ ଟର୍ଣ୍ଣଓଭର ସୀମା ବୃଦ୍ଧି କରାଯାଇ ପୂର୍ବବର୍ତ୍ତୀ ଆର୍ଥିକ ବର୍ଷରେ ବସ୍ତୁ ପାଇଁ କମ୍ପୋଜିସନ ସ୍କିମର ଲାଭ ପାଇବା ନିମନ୍ତେ ବାର୍ଷିକ ଟର୍ଣ୍ଣଓଭର ସୀମା ଏକ କୋଟିରୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡ଼ିକ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ନିଜସ୍ୱ ରାଜ୍ୟରେ କମ୍ପୋଜିସନ ସ୍କିମର ସୀମା ନିର୍ଦ୍ଧାରଣ କରିବେ । ଏଥିସହ କମ୍ପୋଜିସନ ସ୍କିମରେ ଅନୁପାଳନକୁ ସରଳୀକରଣ କରାଯାଇ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ସହ ଟିକସ ତ୍ରୈମାସିକ ରହିବ ବୋଲି କୁହାଯାଇଛି । ଅନୁରୂପ ଭାବେ ସେବା ଯୋଗାଣକାରୀମାନଙ୍କ ପାଇଁ ଏକ କମ୍ପୋଜିସନ ସ୍କିମ ଉପଲବ୍ଧ ହେବ । ୬% ଟିକସ ଦର ସହିତ ପୂର୍ବବର୍ତ୍ତୀ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର ଥିବା ସେବାପ୍ରଦାନକାରୀ ଏହି ସୁବିଧା ପାଇପାରିବେ ବୋଲି କୁହାଯାଇଛି । ଏହି କମ୍ପୋଜିସନ ସ୍କିମ ସେବା ପ୍ରଦାନକାରୀମାନଙ୍କ ସହିତ ବର୍ତମାନ ଉପଲବ୍ଧ ରହିଥିବା ବସ୍ତୁ ପାଇଁ କମ୍ପୋଜିସନ ସ୍କିମ ନିମନ୍ତେ ଅଯୋଗ୍ୟ ବସ୍ତୁ ଓ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ସେମାନଙ୍କୁ ତ୍ରୈମାସିକ ଟିକସ ପଇଠ ସହିତ ଗୋଟିଏ ବାର୍ଷିକ ରିଟର୍ଣ୍ଣ ପଇଠ କରିବାକୁ ହେବ ଓ ଏହି ନିୟମ ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଜିଏସ୍ଟି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜିଏସଟିଏନ ଦ୍ୱାରା କ୍ଷୁଦ୍ର ଟିକସଦାତାମାନଙ୍କୁ ମାଗଣା ହିସାବ-ନିକାସ ଏବଂ ବିଲିଂ ସଫ୍ଟୱେର ଯୋଗାଇ ଦିଆଯିବ । ତେବେ ରିଅଲ ଇଷ୍ଟେଟ କ୍ଷେତ୍ରର ଆବାସିକ ଭାଗକୁ ପ୍ରୋତ୍ସାହିତ କରିବା ଲାଗି ଏକ କମ୍ପୋଜିସନ ସ୍କିମ ପ୍ରଦାନ କରିବାର ପ୍ରସ୍ତାବର ଅନୁଧ୍ୟାନ ଲାଗି ଏକ ୭ ଜଣିଆ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବ ଓ ଲଟେରୀ ଉପରେ ଜିଏସଟି ଦର ଢାଂଚା ଅନୁଧ୍ୟାନ ଲାଗି ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜସ୍ୱ ସୃଷ୍ଟି ଆଧାରରେ ଅଧିକ ୨ ବର୍ଷର ଅବଧି ଲାଗି କେରଳ ରାଜ୍ୟ ମଧ୍ୟରେ ବସ୍ତୁ ଏବଂ ସେବାର ରାଜ୍ୟ ମଧ୍ୟରେ ଯୋଗାଣ ଉପରେ ୧%ରୁ ଅଧିକ ହେଉନଥିବା ସେସ ଲେଭିକୁ ଜିଏସଟି ପରିଷଦ ଅନୁମୋଦନ କରିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles