BUSINESSTOP STORIES

ପେଟ୍ରୋଲ୍, ଡିଜେଲ୍ ଦର ପୁଣି ବୃଦ୍ଧି

ନୂଆଦିଲ୍ଲୀ : ୨ ଦିନର ସ୍ଥିରତା ପରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଗୁରୁବାର ପୁଣି ଥରେ ବୃଦ୍ଧି ପାଇଛି । ତୈଳ ବିପଣନକାରୀ କମ୍ପାନୀଗୁଡିକ ଦେଶର ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୩୮ ପଇସା ଏବଂ ଡିଜେଲ୍ ଦର ଲିଟର ପିଛା ୨୯ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୬୮.୮୮ ଟଙ୍କାରେ ପହଞ୍ଚି ଯାଇଥିବା ବେଳେ ଡିଜେଲ୍ ଦର ଲିଟର ପିଛା ୬୨.୫୩ ଟଙ୍କା ହୋଇଯାଇଛି । କୋଲକାତାର ପେଟ୍ରୋଲ୍ ଦର ୩୭ ପଇସା ଏବଂ ଡିଜେଲ୍ ଦର ୨୯ ପଇସା ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ୍ ଦର ୩୭ ପଇସା ଏବଂ ଚେନ୍ନାଇରେ ୪୦ ପଇସା ମହଙ୍ଗା ହୋଇଯାଇଛି । ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ୩୧ ପଇସା ବୃଦ୍ଧି ପାଇଛି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଛି । ପୂର୍ବରୁ ତୈଳ ବିପଣନ କମ୍ପାନୀଗୁଡିକ ଗତ ସୋମବାର ତୈଳଦର ବୃଦ୍ଧି କରିଥିଲେ । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଗୁରୁବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା କ୍ରମଶଃ ୬୮.୮୮, ୭୧.୦୧, ୭୪.୫୩ ଏବଂ ୭୧.୪୭ ଟଙ୍କା ରହିଛି । ସେହିପରି ଏହି ସମୟରେ ଡିଜେଲ୍ ଦର ଲିଟର ପିଛା କ୍ରମଶଃ ୬୨.୫୩, ୬୪.୩୦, ୬୫.୪୩ ଏବଂ ୬୬.୦୧ ଟଙ୍କା ରହିଛି ।

Show More

Leave a Reply

Your email address will not be published. Required fields are marked *

Related Articles