fbpx

ରାତି ୯ଟାରେ ଶପଥ ନେବେ ଶିବରାଜ !

ଭୋପାଳ,୨୩ ।୩: ମଧ୍ୟପ୍ରଦେଶରେ ଗତ କିଛିଦିନ ଧରି ଚାଲୁଥିବା ରାଜନୀତି ଅସ୍ଥିରତା ଧୀରେ ଧୀରେ ଥମିବାରେ ଲାଗିଛି । ଖବର ମୁତାବକ, ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଆଜି ରାତି ୯ଟାରେ ରାଜଭବନରେ ଶିବରାଜଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଶିବରାଜ ସିଂହ ଚୌହାନ । ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍‌ ହେବାର ଥିଲା। କିନ୍ତୁ ଠିକ୍‌ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଥିଲେ ।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶ ରାଜନୀତି ସମ୍ପୂର୍ଣ ଭାବେ ବଦଳିଯାଇଛି । ତାଙ୍କ ପରେ ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.