fbpx

୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଓଡ଼ିଶାର ବର୍ତ୍ତମାନ ପର୍ଯ୍ୟନ୍ତ ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରେ କେବଳ ସେହି ପୂର୍ବରୁ ଥିବା ଦୁଇଜଣ ହିଁ ପଜିଟିଭି ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଥିବା ଦୁଇ ଜଣଙ୍କା ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ବାଗଚୀ କହିଛନ୍ତି ।

କରୋନା ସତର୍କତାକୁ ଦୃଷ୍ଟିରେ ରଖି ୩୦ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରହିବ । ତେଣୁ ଶିଶୁ ଓ ପ୍ରସୂତୀଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବେ ଅଙ୍ଗନବାଡ଼ି କର୍ମୀ । ସାମାଜିକ ଗୁରୁତ୍ୱ ଓ ସ୍ୱଚ୍ଛତା ନିୟମକୁ ମାନି କର୍ମୀ କାମ କରିବେ । ପ୍ରତି ସପ୍ତାହରେ ଶିଶୁ ଓ ପ୍ରସୂତିଙ୍କୁ ଅଣ୍ଡା ମିଳିବ ।
ରାଜ୍ୟ ସରକାର ୩ଟି ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରଥମ ହେଉଛି ମହାମାରୀ ବଢ଼ିବା ପୂର୍ବରୁ ଏହାକୁ ରୋକିବା । ଦ୍ୱିତୀୟ ହେଉଛି ଅଧିକ କାପାସିଟି ସୃଷ୍ଟି କରିବା । ତୃତୀୟ ହେଉଛି ସୁରୁଖୁରୁରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବା ।

ସେହିପରି ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ କେବଳ ୧୦% କର୍ମଚାରୀ କାମ କରିପାରିବେ । ସରକାରଙ୍କ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୫୦% କର୍ମଚାରୀ କାମ କରିବେ । ଆଂଶିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୧୦ପ୍ରତିଶତ କର୍ମଚାରୀ କାମ କରିବେ ବୋଲି ବାଗଚୀ କହିଛନ୍ତି ।

କରୋନା ଏପର୍ଯ୍ୟନ୍ତ ସାରା ବିଶ୍ୱର ୧୮୮ଦେଶକୁ ବ୍ୟାପିସାରିଛି । ଦେଶରେ ବର୍ତ୍ତମାନ କରୋନାରେ ୮ଜଣଙ୍କର ମୃତ୍ୟୁ ହୋଇସାରିଛି । ଦୋରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୫ଜଣକୁ ବୃଦ୍ଧି ପାଇଛି । ବିଶ୍ୱରେ ୩ଲକ୍ଷ ୪୨ହଜାର ୪୦୭ଜଣ ଆକ୍ରାନ୍ତ ଅଛନ୍ତି । ସାରା ବିଶ୍ୱରେ ୧୪ହଜାର ୭୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।ଏହାସହ ତାଲାବନ୍ଦକୁ ଆମ ମାନଙ୍କୁ ଗୁରୁତ୍ୱର ସହ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.