NATIONALTOP STORIES

ଇସ୍ତଫା ଦେଲେ ଆଲୋକ ବର୍ମା

ନୂଆଦିଲ୍ଲୀ, ୧୧ା୧ : ସିବିଆଇର ପଦଚ୍ୟୁତ ନିର୍ଦ୍ଦେଶକ ଆଲୋକ ବର୍ମା ଶୁକ୍ରବାର ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ବର୍ମା ଅଗ୍ନିଶମ ଓ ହୋମଗାର୍ଡ ଡିଜି ଦାୟିତ୍ୱ ନେବାକୁ ମନା କରିଦେଇଥିଲେ । ତେବେ ଇସ୍ତଫା ଦେବା ପୂର୍ବରୁ ଶ୍ରୀ ବର୍ମା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମିଥ୍ୟା ଓ ପ୍ରମାଣିତ ହୋଇନଥିବା ସାମାନ୍ୟ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିବିଆଇର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସେ ଚେଷ୍ଟା କରି ଆସୁଥିବା ବେଳେ କିଛି ବ୍ୟକ୍ତି ସିବିଆଇ ମର୍ଯ୍ୟାଦାହାନୀ କରି ଚାଲିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles