CRIMEODISHATOP STORIES

ଘରେ ପଶି ନାବାଳିକାକୁ ଦୁଷ୍କର୍ମ

କେନ୍ଦୁଝର, ୧୧ା୧,(ଆ:ପ୍ର) : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବାବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ନାବାଳିକା ଜଣକର ବୟସ ୭ବର୍ଷ ବୋଲି ଜଣାପଡ଼ିଛି । ତାଙ୍କ ବାପା ମା’ ଦିନ ମଜୁରିଆ ଭାବେ କାମ କରନ୍ତି । ଗତକାଲି ବାପା ମା’ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ରୁଗୁଡ଼ା ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *