ODISHATOP STORIES

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ବରଗଡ଼ ଉତ୍ସବମୁଖର

ବରଗଡ଼, ୧୧ା୧(ଆ.ପ୍ର.) : ମୁଖ୍ୟତଃ ହରିବଂଶ ପୁରାଣ ଉପରେ ଆଧାରିତ କୃଷ୍ଣଚନ୍ମ, ବାଲ୍ୟଲୀଳା, କଂସବଧ ବିଷୟକୁ ନେଇ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଖୋଲାମଞ୍ଚ ହାଟପଦା ମଥୁରା ବରଗଡ଼ରେ ଆରମ୍ଭ ହୋଇଯାଇଛି । ଏହା ୧୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର କାର୍ଯ୍ୟକ୍ରମରେ ହାଟପଦା କଂସମଞ୍ଚରେ ଧନୁଯାତ୍ରା ମହୋତ୍ସବ (୭୦ତମ) କୁ ଜିଲ୍ଲାପାଳ (ମହୋତ୍ସବ ସମିତି ଅଧ୍ୟକ୍ଷ) ଇନ୍ଦ୍ରମଣି ତ୍ରିପାଠୀ, ଆବାହକ-ସୁରେଶ୍ୱର ଶତପଥିଙ୍କ ପରିଚାଳନାରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଏମପି ଡ. ପ୍ରଭାସ ସିଂ ଉଦଘାଟନ କରିବା ସହିତ ରଙ୍ଗମହଲର କିଶୋର ମିଶ୍ର ଓ ଶ୍ୟାମ ଅଦାବର (ଆବାହକ) ଏବଂ ହାଟପଦା ମଞ୍ଚ ଆବାହକ ଆଡ଼ଭୋକେଟ ଗୁଣନିଧି ସିଂ ଯୋଗ ଦେଇଛନ୍ତି । ଖୋଲାମଞ୍ଚର ପଥପ୍ରାପ୍ତ ୭କି.ମି ପରିଧିରେଧନୁଯାତ୍ରାରେ ଅୟମାରମ୍ଭ (୧୯୪୭) ରାମଜୀ ମନ୍ଦିରଠାରେ ଦେବକୀ ଓ ବସୁଦେବ ବିବାହ ଅନୁଷ୍ଠିତ ହୋଇ କଂସ ମଞ୍ଚରେ ଦୈବବାଣୀ, ରାଜା ଉଗ୍ରସେନ (ଆର୍ତ୍ତତ୍ରାଣ ମହାପାତ୍ର )ଙ୍କ ଅଭିନୟ ପରେ କଂସ ଭୁବନ ପ୍ରଧାନଙ୍କର ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିବା ସହିତ କାରଗାରକୁ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ଆକର୍ଷଣୀୟ ୨ଟି ମଞ୍ଚର ସାଜସଜା , ଆଲୋକୀକରଣ, ମାଇକ-ବ୍ୟବସ୍ଥା ସହ ୨୦ଟି ଆଲୋକମାଳାର ଗେଟ ଓ ମୀନାବଜାର, କ୍ରାଫ୍ଟମେଳା ଅନୁଷ୍ଠିତ ହୋଇଛି । ଓରମାସ ପଲ୍ଲୀଶ୍ରୀ ମେଳା ରାଜଗୋପାଳ ଦାଶ(ଏ.ପି.ଡ଼ି)ଙ୍କ ଉଦ୍ୟମରେ ବିଭିନ୍ନ ସରକାରୀ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *