SPORTSTOP STORIES

ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଏକ ଦିବସୀୟ, ଭାରତୀୟ ଟିମ୍ର ଜୋରଦାର ଅଭ୍ୟାସ

ସିଡ୍ନୀ, ୧୧ା୧ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ଶନିବାର ସିଡ୍ନୀରେ ଘରୋଇ ଦଳ ବିପକ୍ଷରେ ସିରିଜ୍ର ପ୍ରଥମ ଦିନିକିଆ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଐତିହାସିକ ବିଜୟ ହାସଲ କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ଏବେ ଦିନିକିଆ ସିରିଜ୍ ଜିତି ଇତିହାସ ରଚିବାକୁ ଟାର୍ଗେଟ ରଖିଛି । ଏହି ଦିନିକିଆ ସିରିଜ୍ରେ ଭାରତ ବିଜୟୀ ହେଲେ ଦୀର୍ଘ ୧୧ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିବ । ୨୦୦୮ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଶେଷ ଥର ପାଇଁ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍ ଜିତିଥିଲା । ବଲ୍ ଟ୍ୟାମ୍ପରିଂ ବିବାଦରେ ଅଷ୍ଟ୍ରେଲିଆ ଟିମ୍ର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ୍ ୱା ର୍ଣ୍ଣରଙ୍କ ଉପରେ ପ୍ରତିବନ୍ଧକ ଲାଗିବା ପରେ ଟିମ୍ ଏବେ ସଙ୍କଟ ମଧ୍ୟକୁ ଚାଲିଆସିଛି । ଏହି ୨ ମୁଖ୍ୟ ଖେଳାଳୀଙ୍କୁ ଛାଡି ଅଷ୍ଟ୍ରେଲିଆ ଟିମ୍ ଗତ ୮ଟି ଏକ ଦିବସୀୟ ମ୍ୟାଚ୍ ମଧ୍ୟରୁ ମାତ୍ର ଗୋଟିଏରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି । ସ୍ମିଥ୍ ଓ ୱା ର୍ଣ୍ଣରଙ୍କ ଉପରେ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟପଟେ ଭାରତୀୟ ଦଳକୁ ୨ଟି ସିରିଜ୍ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଫେରି ଥିବାରୁ ଟିମ୍ର ମନୋବଳ ଆହୁରୀ ବୃଦ୍ଧି ପାଇଛି । ଅଷ୍ଟ୍ରେଲିଆରେ ଘରୋଇ ଟିମ୍କୁ ମାତ୍ ଦେବା ପାଇଁ ଭାରତୀୟ ଟିମ୍ ଯୋରଦାର ଅଭ୍ୟାସ କରିଛି । ଧୋନୀ ମଧ୍ୟ ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି । ଭାରତୀୟ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତୀ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ମହିଳା ବିରୋଧି ଟିପ୍ପଣୀ; ଯାଞ୍ଚ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ପାଣ୍ଡ୍ୟା, ରାହୁଲ୍ ନିଲମ୍ବିତ

ନୂଆଦିଲ୍ଲୀ, ୧୧ା୧: ଶୁକ୍ରବାର ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ୍ ଟିଭି କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ଯୋଗଦେଇ ମହିଳାଙ୍କ ବିରୋଧି ଟିପ୍ପଣୀ ଦେବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣାର ଯାଞ୍ଚ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ଟିମ୍ରୁ ନିଲମ୍ବିତ କରାଯାଇଛି । ତେଣୁ ସେମାନେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ନ ଖେଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close