CRIMEODISHATOP STORIES

ପିପିଲି ରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଜିତୁ ଆହତ


ପିପିଲି,୧୨।୧ (ଓଡ଼ିଶା ଭାସ୍କର): ଶନିବାର ଭୋର ସମୟରେ ପିପିଲି ପୋଲିସ ର ଏନ୍ କାଉଣ୍ଟର ଫଳରେ ଦୁର୍ଦ୍ଦାନ୍ତ ଜିତେନ୍ଦ୍ର ସାହୁ ଓରଫ୍ ଜିତୁ ଗୁରୁତର ଆହତ ହୋଇଛି। ଜିତୁ ର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ପୋଲିସ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠାଇଛି। ଜଟଣୀ – ପିପିଲି ରାସ୍ତା ର ବାରିମୂଳ ଛକ୍ ନିକଟରେ ପୋଲିସ ଏହି ଏନ୍ କାଉଣ୍ଟର କରିଛି। ଜିତୁ ର ଘର ପୁରୀ ଅବକାଶ ଲେନ ରେ ଏବଂ ସେ ପାରା ହତ୍ୟା କାଣ୍ଡ ରେ ସାମିଲ୍ ଥିଲା ବୋଲି ସୂଚନା ଦିଆ ଯାଇଛି। ଜିତୁ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୨ ଟି ଅଫୁଟା ଗୁଳି ଏବଂ ଗୋଟିଏ ବାଇକ୍ ଜବତ କରିଛି। ଜିତୁ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି। ପାରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ମୁନ୍ନାର ସହଯୋଗୀ ଥିଲା ଜିତୁ । ଡିସେମ୍ବର ୨୫ରେ ପାରାକୁ ଗୁଳିମାଡ କରି ହତ୍ୟା କରିଥିଲା ମୁନ୍ନା । ତେବେ ଦୁଇଦିନ ତଳେ ମୁନ୍ନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ପୁରୀ ପୋଲିସ ଦ୍ୱାରା ଗଠିତ ହୋଇଥିବା ୨ ଟି ଟିମ ଦୁହିଁଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିବାବେଳେ ଆଜି ସକାଳୁ ଜିତୁକୁ ଏନକାଉଂଟର କରିଛି।

Show More

Leave a Reply

Your email address will not be published. Required fields are marked *

Related Articles