NATIONALTOP STORIES

ଉତ୍ତରପ୍ରଦେଶ ରେ ଏସପି – ବିଏସପି ମେଣ୍ଟ

ଲକ୍ଷ୍ନୌ, ୧୨।୧: ଆଗାମୀ ବିଧାନ ସଭା ଓ ଲୋକସଭା ନିର୍ବାଚନ ରେ ଉତ୍ତରପ୍ରଦେଶ ରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢ଼ିବେ। ଶନିବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଉଭୟ ଦଳ ମଧ୍ୟ ରେ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି। ଉତ୍ତରପ୍ରଦେଶ ର ମୋଟ ୮୦ ଟି ବିଧାନସଭା ଆସନରୁ ଅଖିଳେସ ଯାଦବଙ୍କ ସମାଜବାଦୀ ପାର୍ଟି ୩୮ ଟି ଓ ମାୟାବତୀ ଙ୍କ ବହୁଜନ ସମାଜ ପାର୍ଟି ୩୮ ଟି ଆସନ ରେ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଛି। ମେଣ୍ଟ ରେ କଂଗ୍ରେସ କୁ ସାମିଲ୍ କରା ଯାଇନାହିଁ। ତେବେ ରାହୁଲ୍ ଗାନ୍ଧୀ ଙ୍କ ଆମେଠି ଓ ସୋନିଆ ଗାନ୍ଧୀ ଙ୍କ ରାଇବରେଲି ଆସନ ରେ ଏସପି ଓ ବିଏସପୀ ପାର୍ଥି ନ ଦେଇ କଂଗ୍ରେସ କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close