CRIMEODISHATOP STORIES

ରୋଗୀ ବେଶରେ ଆସି ଡାକ୍ତରଙ୍କ ଘରୁ ଲୁଟ୍

ନବରଙ୍ଗପୁର, ୧୨।୧(ଓଡ଼ିଶା ଭାସ୍କର): ଚିକିତ୍ସା ପାଇଁ ଆସିଥିବା ନକଲି ରୋଗୀ ଡାକ୍ତରଙ୍କ ଘରୁ ଡକାୟତି କରି ଚମ୍ପଟ୍‌ ମାରିଛନ୍ତି । ଇନ୍ଦ୍ରାବତୀ ସରକାରୀ ମେଡିକାଲର ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରେ ଏପରି ଘଟଣା ଘଟିଛି । ଡକାୟତ ମାନେ ରୋଗୀ ହୋଇ ଘରେ ପଶିଥିଲେ ମାତ୍ର ସୁଯୋଗ ନେଇ ଟଙ୍କା ଓ ସୁନା ଲୁଟ କରି ନେଇଛନ୍ତି । ଶୁକ୍ରବାର ରାତି ରେ ଡାକ୍ତରଙ୍କ ଘରକୁ ଆସି ସେମାନେ ମାରଣାସ୍ତ୍ର ଦେଖାଇ ଡାକ୍ତରଙ୍କ ଘରୁ ୫ ଭରି ସୁନା ସହ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଲୁଟ କରିବା ସମୟରେ ବିରୋଧ କରିବାକୁ ଡାକ୍ତର ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଡକାୟତମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଡାକ୍ତରଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Show More

Leave a Reply

Your email address will not be published. Required fields are marked *

Related Articles