fbpx

କରୋନା ଯୁଦ୍ଧରେ ସରକାରଙ୍କ ବଡ ପଦକ୍ଷେପ: ଦେଶର ୫୪୮ ଜିଲ୍ଲାରେ ଲକ୍-ଡାଉନ୍

ନୂଆଦିଲ୍ଲୀ,୨୪ ।୩: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖଶ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୫୦୦ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହାରି ମଧ୍ୟରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଲକ୍-ଡାଉନ୍ ଘୋଷଣା କରିଛନ୍ତି । ସରକାର ଯେଉଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲକ୍-ଡାଉନ୍ ଘୋଷଣା କରିଛନ୍ତି, ସେଥିରେ ୫୪୮ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି । ଏହା ଛଡା ୩ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍-ଡାଉନ୍ ଘୋଷଣା କରାଯାଇଛି, ଯେଉଁଥିରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡିଶା ସାମିଲ ହୋଇଛି ।

ଅନ୍ୟପଟେ ସିକ୍କିମ୍ ଓ ମିଜୋରାମରେ ବର୍ତ୍ତମାନ ସୁଦ୍ଧା କୌଣସି ଆଦେଶ ଜାରି ହୋଇନାହିଁ । ଉତ୍ତରପ୍ରଦେଶରେ ୧୬ଟି ଜିଲ୍ଲା ଓ ଓଡିଶାରେ ୧୪ଟି ଜିଲ୍ଲାରେ ଲକ୍-ଡାଉନ୍ ହୋଇଛି । ଲାକ୍ଷାଦ୍ୱୀପର କିଛି କାର୍ଯ୍ୟକଳାପ ଉପରେ ଲକ-ଡାଉନ୍ ଘୋଷଣା କରାଯାଇଛି ।

Get real time updates directly on you device, subscribe now.