fbpx

କରୋନା ମୁକାବିଲା ପାଇଁ ଦରମା ଦାନ କଲେ ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ୩ମାସର ଦରମା ଦେଇଛନ୍ତି ବିଧାୟକ ପ୍ରଶାନ୍ତ ବେହେରା । ସେହିପରି ୩ ମାସର ଦରମା ଦେଇଛନ୍ତି ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ରାଜେନ୍ଦ୍ର ସାହୁ, ପ୍ରତାପ ଜେନା, ପ୍ରଶାନ୍ତ ଜଗଦେବ, ଧ୍ରୁବ ସାହୁ ।

ଗତକାଲି କରୋନା ଫଣ୍ଡକୁ ୩ମାସର ଦରମା ଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକଙ୍କ ସହାୟତା ପାଇଁ ବିଜେଡ଼ିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ମାସର ଦରମା ଦାନ କରିବେ । ମାର୍ଚ୍ଚ ୨୯ସୁଦ୍ଧା ସିଏମ ରିଲିଫ ଫାଣ୍ଡିକୁ ଦାନ କରିବା ନେଇ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.