NATIONALTOP STORIES

ଯେସାକୁ ତେସା, ଚୀନ୍ ସୀମାରେ ୨୧ ହଜାର କିମି ସଡ଼କ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ, ୧୩।୧: ଭାରତ ଏବେ ଆଉ ପଛଘୁଞ୍ଚା ଦେଉନାହିଁ। ପ୍ରତିରକ୍ଷା କ୍ଷେତ୍ରରେ ଯେସାକୁ ତେସା ନୀତି ଆପଣାଉଛି। ସେ ପାକିସ୍ତାନ ହେଉ ଅବା ଅପେକ୍ଷାକୃତ ଶକ୍ତିଶାଳୀ କୁହାଯାଉଥିବା ଚୀନ୍ ହେଉ। ଚୀନ୍ ସୀମା ରେ ୨୧୦୦ କିମି ସଡ଼କ ନିର୍ମାଣ ଏହାର ସଦ୍ୟତମ ଉଦାହରଣ। ଭାରତ ଓ ଚୀନ୍ ମଧ୍ୟ ରେ ଯୁଦ୍ଧ ହେଲା ସୀମାରେ ଯବାନ ଙ୍କ ନିକଟରେ କିପରି ସହଜରେ ଗୋଳା ବାରୁଦ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚା ଯାଇପାରିବ ତାହା ଉପରେ ଭାରତ ସରକାର ଫୋକସ କରୁଛନ୍ତି। ଚୀନ – ଭାରତ ସୀମାରେ ଭାରତ ସରକାର ୪୪ ଟି ସଡକ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ରାସ୍ତାର ଲମ୍ବ ୨,୧୦୦ କିଲୋମିଟର ଲମ୍ବା ରହିବ। ସିପିଡବ୍ଲୁଡିର ବାର୍ଷିକ ରିପୋର୍ଟ ଅନୁସାରେ ସରକାର ଭାରତ-ଚୀନ ସୀମାନ୍ତରେ ୪୪ ଟି ସଡକ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପଦ ପରିସ୍ଥିତିରେ ସେନା ତତକାଳ ସୀମାରେ ପହଞ୍ଚିବା ଏହି ସଡକ ନିର୍ମାଣ କରିବାର ଉଦେଶ୍ୟ । କୂଟନୈତିକ ଆଧାରରେ ମଧ୍ୟ ଚୀନ ଠାରୁ ଆଗକୁ ବଢିବା ଏହି ରାସ୍ତା ନିର୍ମାଣ କରିବାର ଉଦେଶ୍ୟ । ଏହି ପରିଯୋଜନାରେ କେନ୍ଦ୍ର ସରକାର ୨୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close