NATIONALTOP STORIES

କୁମ୍ଭମେଳାରେ ଅଗ୍ନିକାଣ୍ଡ, ସିଲିଣ୍ଡର ଫାଟି ଟେନ୍ଟ ରେ ଲାଗିଲା ନିଆଁ

ଆଲାହାବାଦ, ୧୪।୧: ଆହ୍ଲାବାଦ ପ୍ରୟାଗରାଜରେ ଆରମ୍ଭ ହୋଇ ଥିବା କୁମ୍ଭମେଳାରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଦିଗମ୍ବର ଅଖାଡ଼ାର ଟେଣ୍ଟରେ ଅଚାନକ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇଥିଲା । ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥିଲା ବୋଲି କୁହାଯାଉଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ଏକ ଡର୍ଜନ ଟେଂଟକୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର ତୁରନ୍ତ ପରେ ଦମକମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲା । ସୂଚନା ଅନୁସାରେ ଏବେ ନିଆଁକୁ କାବୁ କରାଯାଇପାରିଛି । ତେବେ ସିଲିଣ୍ଡର କେମିତି ଫାଟିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ର ତଦନ୍ତ ଆରମ୍ଭ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close