ODISHATOP STORIES

ଅଷ୍ଟମ ଶ୍ରେଣୀ ଛାତ୍ରୀର ପ୍ରସବ ଘଟଣା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ, ୧୪ା୧, (ଆ.ପ୍ର.) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିôବା ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ ଘଟଣାରେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ଆଜି ରାଜ୍ୟସରକାର କାର୍ଯ୍ୟରୁ ନିଲମ୍ବନ କରିଥିôବାବେଳେ ଅନ୍ୟପଟେ ଚିକିତ୍ସାଧୀନ ଥିବାଳ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଲ୍ଲାପାଳଙ୍କ ସୁପାରିଶକ୍ରମେ ରାଜ୍ୟସରକାର ଏହି ପଦକ୍ଷେପ ନେଇଥିବା ଦାରିଙ୍ଗବାଡ଼ି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ କହିଛନ୍ତି । ଆଜି ମହିଳା କଂଗ୍ରେସର ସଦସ୍ୟାମାନେ ପୀଡ଼ିତାଙ୍କୁ ଭେଟି ଘଟଣା ସମ୍ପର୍କରେ ମଧ୍ୟ ବୁଝିଥିବା ଜଣାପଡ଼ିଛି । ଏହି ମାମଲାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ , ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରିଥିବାବେଳେଜଣେ ଏଏନଏମ, ୨ଜଣ ମାଟ୍ରନ ଓ ୨ କୁକ୍ କମ ଆଟେଣ୍ଡାଣ୍ଟଙ୍କୁ ବହିଷ୍କାର କରିଥିଲେ । ସୂଚନାଯୋଗ୍ୟ ଯେ, ୮ ମାସ ତଳେ ଛାତ୍ରୀଜଣକ ନିଜ ଗାଁକୁ ଆସିଥିବା ବେଳେ ଦୁଷ୍କର୍ମର ଶୀକାର ହୋଇଥିଲା । ତେବେ ଛାତ୍ରୀଜଣକ ଭୟ ଓ ଲଜ୍ଜାରେ ଏକଥା ପଦାରେ ପ୍ରକାଶ କରିନଥିଲା । ଛାତ୍ରୀଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଫେରିବା ପରେ ତାଙ୍କୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣାରେ ÷ଅନ୍ୟ କେହି ସମ୍ପୃକ୍ତ ଥିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି । ଉତ୍ତ୍ୟକ୍ତ ଲୋକେ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଏକାଠି ହୋଇ ହୋହଲ୍ଲା କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି । ରାଜ୍ୟ ଆଦିବାସୀ କଲ୍ୟାଣମନ୍ତ୍ରୀ ରମେଶ ମାଝି ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles