ODISHATOP STORIES

ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ

ମାଲକାନଗିରି,୧୪ା୧,(ଆ:ପ୍ର) : ମାଓସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ଆଜି ମାଲକାନଗିରି ଏସପି ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସର୍ମପଣ କରିଥିବା ଜଣାପଡ଼ିଛି । ତାଙ୍କ ନାମ ଦେବି ମାଢି ଓରଫ ଶାନ୍ତି । ସେ ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିଲେ । ଜୁନ୍ ୨୦୧୧ରେ କୁରୁବ ଗ୍ରାମର ପେଣ୍ଟା ମାଢି ନାମକ ଜଣେ ସାଧାରଣ ବ୍ୟକ୍ତିକୁ ହତ୍ୟା , ପିଠାକୋଣ୍ଡା ଗ୍ରାମର ଭୀମା କୋୱାସି ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, ପୋଟେରୁ ବସ୍ତିର ସୁରେଶ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଭଳି ଅନେକ ହତ୍ୟାକାଣ୍ଡ ଓ ପୋଡ଼ାଜଳା ଘଟଣାରେ ସେ ସଂପୃକ୍ତ ଥିଲେ । ସେ ୨୦୦୮ରେ କାଲିମେଳା ଦଳମ ମାଓବାଦୀ ସଂଗଠନ ପ୍ରଥମେ ଯୋଗଦେଇଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles