SPORTSTOP STORIES

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ଆଡିଲେଡ୍ , ୧୫ା୧ : ମଙ୍ଗଳବାର ଆଡିଲେଡ୍ରେ ଖେଳାଯିବ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜ୍ର ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜ୍ରେ ୧-୦ରେ ଆଗୁଆ ଅଛି । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଦ୍ୱିତିୟ ମ୍ୟାଚ୍କୁ ଜିତି ସିରିଜ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ଭାରତ ମଧ୍ୟ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଜିତି ସିରିଜ୍ର ଫଳାଫଳକୁ ତୃତୀୟ ମ୍ୟାଚ୍ ପର୍ଯ୍ୟନ୍ତ ଟାଣିବାକୁ ଭରପୁର ପ୍ରୟାସ କରିବ । ତେଣୁ ଭାରତୀୟ ଟିମ୍ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ସିଡ୍ନୀରେ ଖେଳାଯାଇଥିବା ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ କେବଳ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଛାଡିଦେଲେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ବିଫଳ ହୋଇଥିଲେ । ତେଣୁ ବ୍ୟାଟିଂ ସମସ୍ୟାରୁ ବାହାରି ପାରିଲେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତିବା କଷ୍ଟକର ହେବ ନାହିଁ । ଦିନେଶ କାର୍ତ୍ତିକ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ପାଇ ନପାରନ୍ତି । ତାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ଖେଳାଯାଇପାରେ । ବୋଲିଂ କ୍ଷେତ୍ରରେ ଭାରତୀୟ ଟିମ୍ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଅନୁମାନ କରାଯାଉଛି ।

Show More

Leave a Reply

Your email address will not be published. Required fields are marked *

Related Articles