ODISHATOP STORIES

ଆଜି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ା୧, (ଆ.ପ୍ର.) : ରାଜ୍ୟ ସରକାର କୃଷକମାନଙ୍କ ପାଇଁ ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ନିକଟରେ ଚାଷୀଙ୍କ ବିକାଶ ପାଇଁ କାଳିଆ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ତେବେ କୃଷକଙ୍କୁ ଅଧିକ ସଶକ୍ତ କରିବା ପାଇଁ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିନେଇ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । କୃଷକଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବଜାର ବ୍ୟବସ୍ଥା କିପରି କରାଯାଇପାରିବ ସେ ସମ୍ପର୍କରେ ସେଠାରେ ନୀତି ନିର୍ଦ୍ଧାରଣ କରାଯିବ । ସେହିପରି ସେଠାରେ ଏକ ୫ ଦିନିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି । ଏଥିରେ କୃଷି ସମ୍ପର୍କିତ ଆଲୋଚନା ହେବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ଏହି ଉତ୍ସବରେ ସ୍ୱତନ୍ତ୍ର ବକ୍ତା ଭାବେ ସିଆଇଆଇ ଓଡ଼ିଶା ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଯୋଗଦେବାକୁ ଥିବାବେଳେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଯୋଗଦେବେ । ସେହିପରି କୃଷି ଲଗାଣ ଓ ମୂଲ୍ୟ ଅ।।ୟୋଗର ଅଧ୍ୟକ୍ଷ ଡଃ. ବିଜୟପାଲ ଶର୍ମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେବାକୁ ଥିବାବେଳେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କମିଶନର ତଥା ସଚିବ ବିଶାଲ ଗଗନ ଧନ୍ୟବାଦ ଅର୍ପଣ କରିବେ । ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଯୋଗ ଦେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ବିଜେଡ଼ି ପକ୍ଷରୁ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢଦାବି ଉପସ୍ଥାପନ କରିଥିଲେ । ତେବେ ଚାଷୀଙ୍କ ଋଣଛାଡ ଘୋଷଣା ନକରି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ବିକାଶ ପାଇଁ ‘କାଳିଆ’ ନାମକ ଏକ ଯୋଜନା ପ୍ରଣୟନ କରିଛନ୍ତିି । ଏହି ଯୋଜନାରେ ଚାଷୀଙ୍କୁ ରବି ଓ ଖରିଫ ପାଇଁ ୧୦ ହଜାର ଲେଖାଏଁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖ ସୁଦ୍ଧା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close