ODISHAPOLITICSTOP STORIES

ଆଜି ବଲାଙ୍ଗୀର ଆସୁଛନ୍ତି ପ୍ରଧାନମନ୍ତ୍ରୀ

୧୫୪୫ କୋଟି ଟଙ୍କାର ପ୍ରକଳ୍ପର କରିବେ ଲୋକାର୍ପଣ, ଶିଳାନ୍ୟାସ

ଭୁବନେଶ୍ୱର / ବଲାଙ୍ଗୀର, ୧୫ା୧, (ଆ.ପ୍ର.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି । ଏଥିନେଇ ପ୍ରସ୍ତୁତିପର୍ବ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ଏହି ସମୟରେ ସେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି ପ୍ରଥମେ ବଲାଙ୍ଗୀର ରେଳଷ୍ଟେସନ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେ ବଲାଙ୍ଗୀରର ପଥର ଚେପା ଠାରେ ଆୟୋଜିତ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତିପର୍ବ ଚାଲିଥିବା ବେଳେ ହେଲିପ୍ୟାଡ୍ ଓ ସଭାସ୍ଥଳ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଠାରେ ନିର୍ମାଣ ହୋଇଥିବା ମଲ୍ଟିମୋଡେଲ ଲଜିଷ୍ଟିକ୍ ପାର୍କ, ସମ୍ବଲପୁର-ଅନୁଗୋଳ ଲାଇନ୍ ବିଦ୍ୟୁତ୍କରଣ କାର୍ଯ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ବଲାଙ୍ଗୀର-ଦେଓଗାଁ ଓ ବରପାଲି-ଡୁଙ୍ଗୁରିପାଲି ମଧ୍ୟରେ ରେଳ ଲାଇନ୍ର ଦୋହରିକରଣ କାମ ଶେଷ ହୋଇଛି । ଏହି ୩୧ କିମି ରେଳ ଲାଇନ୍ ପାଇଁ ପ୍ରାୟ ୧୮୯.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ସମ୍ବଲପୁର-ଟିଟିଲାଗଡ ଦୋହରିକରଣ ପ୍ରକଳ୍ପର ୨ଟି ଅଂଶର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଥେରୁବାଲି-ସିଙ୍ଗାପୁର ନାଗାବଳି ନଦୀ ଉପରେ ନିର୍ମାଣ ହୋଇଥିବା ସେତୁକୁ ମଧ୍ୟ ଲୋକାର୍ପଣ କରିବେ । ଏତଦ୍ବ୍ୟତୀତ ୧୫ କିମି ଲମ୍ବ ବଲାଙ୍ଗୀର-ବିଛୁପାଲି ରେଳଲାଇନ୍ ଦ୍ୱାରା ରେଳଲାଇନ୍କୁ ମଧ୍ୟ ସେ ଲୋକାର୍ପଣ କରିବେ । ଏହି ରେଳଲାଇନ୍ ଦ୍ୱାରା ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାରେ ସହାୟକ ହୋଇପାରିବ ଏବଂ ଏହା ରାଜ୍ୟବ୍ୟାପି ବିକାଶକୁ ସକ୍ରିୟ କରିବ । ଏହା ନୂଆଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ ସହରରୁ ଭୁବନେଶ୍ୱର ଓ ପୁରୀକୁ ଯାତ୍ରା ସମୟ ହ୍ରାସ୍ୱ କରିବ । ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବଲାଙ୍ଗୀର, ଫୁଲବାଣୀ, ଜଗତସିଂହପୁର, ବରଗଡ, ପୁରୀ ଓ କେନ୍ଦ୍ରାପଡ଼ାରେ ପୋଷ୍ଟଅଫିସ ପାସ୍ପୋର୍ଟ ସେବାକେନ୍ଦ୍ରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏତଦ୍ବ୍ୟତୀତ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ୧୦ ଏକର ଜମିରେ ୧୫.୮୧ କୋଟିର ବ୍ୟୟ କରାଯିବ ବୋଲି ସୂଚନା ମିଳିଛି । ଏତଦ୍ବ୍ୟତୀତ ପ୍ରାଚୀନକାଳର ବାଣିଜ୍ୟପଥ ରୁଟ୍ରେ ପଡୁଥିବା ବଲାଙ୍ଗୀର ନିକଟବର୍ତ୍ତୀ ରାଣୀପୁର ଝରିଆଲ କିର୍ତ୍ତିରାଜିର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ଗତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିବା ବେଳେ ଗତ ୫ ତାରିଖରେ ବାରିପଦାର ଛଉପଡିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles