NATIONALTOP STORIES

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ମିଳିଲାନି ଅନୁମତି

କୋଲକାତା: ମଙ୍ଗଳବାର ବିଜେପିକୁ ସୁପ୍ରିମକୋର୍ଟଙ୍କ ତରଫରୁ ଏକ ଝଟ୍କା ଲାଗିଛି । ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ପ୍ରସ୍ତାବିତ ରଥଯାତ୍ରା ଅଭିଯାନକୁ ବର୍ତ୍ତମାନ ସ୍ଥିତିରେ ଅନୁମତି ଦେଇହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ପଶ୍ଚିମବଙ୍ଗରେ ରଥଯାତ୍ରା ଅଭିଯାନ ପାଇଁ ବିଜେପି ନୂତନ ତାରିଖ ଚୂଡାନ୍ତ କରି ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରୁ ଏବଂ ରାଜ୍ୟ ସରକାର ସାମ୍ବିଧାନିକ ତଥ୍ୟକୁ ଧ୍ୟାନରେ ରଖି ଏହା ଉପରେ ବିଚାର କରନ୍ତୁ । ଫଳରେ ସେମାନଙ୍କ ମୌଳିକ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । କେବଳ ପଶ୍ଚିମବଙ୍ଗରେ ରାଲି ଓ ସଭା କରିବାକୁ ସୁପ୍ରିମକୋର୍ଟ ବିଜେପିକୁ ଅନୁମତି ଦେଇଛନ୍ତି । ରଥଯାତ୍ରା ପାଇଁ ବିଜେପି ନୂତନ ପ୍ରସ୍ତାବ ଆଣିଲେ ଏହା ଉପରେ ବିଚାର କରାଯାଇପାରିବ ବୋଲି କୋର୍ଟ ଦର୍ଶାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପ୍ରକାଶଯୋଗ୍ୟ, ବିଜେପିର ଏହି ପ୍ରସ୍ତାବିତ ରଥଯାତ୍ରାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ପୂର୍ବରୁ ଏହି ରଥଯାତ୍ରାକୁ ଅନୁମତି ମିଳିବା ପରେ ମମତା ବାନାର୍ଜିଙ୍କ ନେତୃତ୍ୱାଧିନ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଜେପିର ଏହି ରଥଯାତ୍ରା ଫଳରେ ରାଜ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close