fbpx

କରୋନା ପରେ ଚୀନରେ ଆଉ ଏକ ନୂଆ ମାରାତ୍ମକ ‘ହନ୍ତା’ ଭାଇରସର ପ୍ରବେଶ: ଜଣେ ମୃତ, ଜାଣନ୍ତୁ ଏହାର ଲକ୍ଷଣ

ବର୍ତ୍ତମାନ ସୁଦ୍ଧା ଚୀନ୍ କରୋନା ଭାଇରସରୁ ମୁକ୍ତି ପାଇବାକୁ ସକ୍ଷମ ହୋଇନଥିବା ବେଳେ ଆଉ ଏକ ନୂଆ ଭୂତାଣୁ ବିସ୍ତାର ହେବାର ଖବର ଆସିଛି । ଚୀନର ସରକାରୀ ଗଣମାଧ୍ୟମ ପ୍ରତିଷ୍ଠାନ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚୀନର ୟୁନାନ୍ ଅଞ୍ଚଳରେ ଏକ ନୂଆ ଭାଇରସ୍ ବ୍ୟାପିବାରେ ଲାଗିଛି । ଏହି ଭାଇରସ କାରଣରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହାର ନାମ ହନ୍ତା ଭାଇରସ୍ ହୋଇଥିବା ବେଳେ ଆମେରିକା ରୋଗ ଓ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଏହାର ଫଟୋ ଜାରି ହୋଇଛି ।

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ହନ୍ତା ଭାଇରସରେ ପୀଡିତ ବ୍ୟକ୍ତି ବସ୍ ଯୋଗେ ଶାଣ୍ଡୋଙ୍ଗ ପ୍ରଦେଶକୁ ଫେରୁଥିଲେ । ପରେ କରୋନା ଯାଞ୍ଚ ସମୟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଏହି ବସରେ ସମୁଦାୟ ୩୨ ଲୋକ ଥିବା ବେଳେ ସମସ୍ତଙ୍କର ଯାଞ୍ଚ ହୋଇଥିଲା । ଯେବେଠାରୁ ଚୀନ ଏହି ସୂଚନା ସେୟାର କରିଛି, ସେବେଠାରୁ ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟି ହୋଇଛି ।


ତେବେ ଆମେରିକା ରୋଗ ଓ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, ମୂଷାଙ୍କ ମଳ, ପରିସ୍ରା ଓ ଛାପରୁ ଏହି ଭାଇରସ୍ ଜନ୍ମ ହୋଇଛି । ମୂଷାମାନେ ଏହାକୁ ବାୟୁରେ ଛାଡିଦେଲେ ମଣିଷମାନେ ଏଥିରେ ସଂକ୍ରମିତ ହୋଇଥାନ୍ତି । ହନ୍ତା ଭାଇରସ୍ ନିଶ୍ୱାସ ନେବା ବେଳେ ଶରୀରରେ ପ୍ରବେଶ କରିଥାନ୍ତି । ପ୍ରାରମ୍ଭିକ ଲକ୍ଷଣରେ ମଣିଷ ଥଣ୍ଡା ଓ ଜ୍ୱର ଅନୁଭବ କରେ । ଏହା ପରେ ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୁଏ । ଦିନେ କି ଦୁଇ ଦିନ ପରେ ଶୁଖିଲା କାଶ ଓ ମୁଣ୍ଡ ବିନ୍ଧା ଆରମ୍ଭ ହୁଏ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ।


ଏହା ପ୍ରାୟତଃ ଚୀନର ଗ୍ରାମାଞ୍ଚଳରେ ହୋଇଥାଏ । ଏହି କାରଣରୁ ଅନେକ ପର୍ବତରୋହୀ ଓ ଖାଉଟି ପର୍ଯ୍ୟଟକଙ୍କଠାରେ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଏହି ଭାଇରସ୍ କରୋନା ଭଳି ମାରାତ୍ମକ ନୁହେଁ ।


କରୋନା ପରି ହନ୍ତା ଭାଇରସ୍ ବ୍ୟାପିଯିବ ବୋଲି ଚୀନର ଲୋକମାନେ ଭୟ କରୁଛନ୍ତି । ଅନ୍ୟ ଦେଶର ଲୋକମାନେ କହୁଛନ୍ତି ଯେ, ଯଦି ଚୀନର ଲୋକମାନେ ଜୀବଜନ୍ତୁଙ୍କୁ ଜୀବନ୍ତ ଖାଇବା ବନ୍ଦ ନକରନ୍ତି, ତେବେ ଆଗକୁ ମଧ୍ୟ ଏପରି ଘଟିବ । ତେବେ ଚୀନରେ ଜୀବଜନ୍ତୁଙ୍କୁ ଜିଅନ୍ତା ଖାଇବାର ପରମ୍ପରା ରହିଛି । ଏଠାରେ ଲୋକମାନେ ମୂଷା ମଧ୍ୟ ଖାଇଥାନ୍ତି । ଏଥିପାଇଁ ଏହି ଭାଇସର ଅଧିକ ବ୍ୟାପିପାରେ ବୋଲି ଆଶଙ୍କା ରହିଛି ।

ହନ୍ତ ଭାଇରସ୍ ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିଠାରୁ ଯାଇନଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ମୂଷାଙ୍କ ମଳ, ପରିସ୍ରା ଇତ୍ୟାଦି ଛୁଇଁବା ପରେ ଆଖି ବା ନାକ, ପାଟିକୁ ସ୍ପର୍ଶ ପରେ ତେବେ ସେ ହନ୍ତ ଭାଇରସରେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.