fbpx

କରୋନା ଭାଇରସ୍, ଦେଶରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୬ ।୩: ଦେଶରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୫ ଲୋକ ଏହି ଭାଇରସରେ କବଳରେ ଆସି ଜୀବନ ହାରିଛନ୍ତି । କରୋନା ଯୋଗୁଁ ମହାରାଷ୍ଟ୍ରରେ ୧ ଓ କଶ୍ମୀରରେ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶର ୬୩୩ ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନାର ଅଧିକ ୧୨୮ଟି ମାମଲା ଆସିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳରେ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ୬୫ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ମୃତ୍ୟୁ ହୋଇଥିବା ଜଣେ ମହିଳା କରୋନା ସଂକ୍ରମିତ ଥିଲେ ବୋଲି ଆଜି ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.