fbpx

ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ସାରା ରାଜ୍ୟ କରୋନା କାରଣରୁ ଲକ-ଡାଉନ ହୋଇଥିବା ବେଳେ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡିଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୦ ତାରିଖରେ ଲୋକସଭା ଭବନରେ ବ୍ୟୟ ମଞ୍ଜୁରି ବିଲ ନେଇ ବିଧାନସଭା ବସିବ । ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲଟିନ ପାରିତ କରାଯିବ। ସବୁ ଦଳର ୩୦% ବିଧାୟକ ଏଠାରେ ଉପସ୍ଥିତ ରହିବେ । ବିଧାୟକମାନେ ୨ ମିଟର ବ୍ୟବଧାନରେ ବସିବେ ।

Get real time updates directly on you device, subscribe now.