fbpx

ଯବାନ-ମାଓବାଦୀ ଗୁଳି ବିନିମୟ, କମ୍ବିଂ ଅପରେସନ ଜାରି

କଳାହାଣ୍ଡି, ୨୭ା୩(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ଭବାନୀପାଟଣାରେ ଏସଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ସେଠାରେ ଥିବା ଯୁଗସାଇପାଟଣା ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏନେଇ ସେଠାରେ କମ୍ବିଂ ଅପରେସନ ଜାରି ରହିଛି । ଏସଓଜି ଯବାନ କମ୍ବି ଅପରେସନ କରିବା ବେଳେ ବହୁ ମାଓ ସାମଗ୍ରୀ ସେଠାରୁ ଜବତ କରିଥିବା ନେଇ ଜଣାପଡ଼ିଛି ।ଏହାସହ ସେଠାରେ ମାଓବାଦୀମାନଙ୍କୁ ମଧ୍ୟ ଜୋରସୋରରେ ଖୋଜା ଚାଲିଛି । କଳାହାଣ୍ଡି ଏସପି ବି.ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.