fbpx

ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ଦେଶ ଲକ୍ ଡ଼ାଉନ ରହିଛି । ଏନେଇ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆମାନେ ଫସି ରହିଛନ୍ତିି । ସେ ନିଜ ରାଜ୍ୟକୁ ଓ ଆତ୍ମୀୟସ୍ୱଜନଙ୍କ ପାଖକୁ ଫେରି ଆସିବାକୁ ଚାତୁର ଭଳି ଚାହିଁ ବସିଛନ୍ତି । ଏନେଇ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆ ସଂଗଠନ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଓଡ଼ିଆମାନଙ୍କୁ ସୁବିଧା ଓ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ଏବାବଦକୁ ସବୁ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭରଣା କରିବାକୁ ସେ ପ୍ରତିଶୃତି ଦେଇଛନ୍ତି । ଏହାସହ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୦୬୭୪-୨୩୯୨୧୧୪ ହେଲ୍ପଲାଇନରେ ଯୋଗାଯୋଗ କରିପାରିବେ । ଏହାସହ ନିଜର ସମ୍ପୂର୍ଣ୍ଣ ତଥ୍ୟ +୯୧-୯୪୩୮୯୧୫୯୮୬ ଏହି ହ୍ୱାଟସଆପ୍ ନମ୍ବରରେ ଦେଇପାରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.