CRIMEODISHATOP STORIES

ଆମ୍ବୁଲାନ୍ସରେ ରୋଗୀ ନୁହେଁ, ଗଞ୍ଜେଇ ଚାଲାଣ: ୨ ଗିରଫ

ସୁବର୍ଣ୍ଣପୁର, ୨୪।୧ (ଓଡ଼ିଶା ଭାସ୍କର): ଗଞ୍ଜେଇ ଚାଲାଣ ପାଇଁ ଅଭିନବ ପନ୍ଥା ଆପଣେଇ ଛନ୍ତି ଗଞ୍ଜେଇ ବେପାରୀ। ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯିବା ବଦଳରେ ଗଞ୍ଜେଇ ଚାଲାଣ ହେଉ ଥିବା ଜଣାପଡିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଅର୍ଜୁନ ପୁର ନିକଟରେ ଆମ୍ବୁଲାନ୍ସ ଗାଡ଼ି କୁ ଯାଞ୍ଚ୍ କରାଯିବା ପରେ ସେଥିରୁ ୨୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜେଇ ଗୁଡ଼ିକ ବୌଦ୍ଧ ରୁ ଛତିଶଗଡ଼ ଚାଲାଣ ହେଉଥିଲା। ପୋଲିସ ପୂର୍ବ ସୁଚନା ଆଧାରରେ ଏହି ଚଢାଉ କରିଥିଲା। ଏହି ଘଟଣାରେ ୨ ଜଣ ଛତିଶଗଡ଼ି ଗଞ୍ଜେଇ ଚାଲାଣ କାରି ଙ୍କୁ ଗିରଫ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close