CRIMEODISHATOP STORIES
୬ ଅଭିଯୁକ୍ତଙ୍କ ସହ ପୁଞ୍ଜିଲାଲ୍ ମେହେର ର ଜେଲରୁ ଖସି ପଳାଇବା ଉଦ୍ୟମ

ପାଟଣାଗଡ଼, ୨୪ା୧ (ଓଡ଼ିଶା ଭାସ୍କର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଗୁରୁବାର ଜେଲରୁ ଖସି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି। କେବଳ ସେ ନୁହେଁ, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ଥିବା ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡିଛି। ସକାଳ ପ୍ରାୟ ୭ଟାରେ ୬ ଅଭିଯୁକ୍ତଙ୍କ ସହ ପୁଞ୍ଜିଲାଲ ଜେଲ ଭିତର କାରାଗାର ଭିତରୁ ବାହାରି ମୁଖ୍ୟ ଗେଟ୍ ପାଖକୁ ଚାଲି ଆସି ଥିଲା। କଏଦୀମାନେ ମୁଖ୍ୟଗେଟ୍ ପାଖକୁ ଚାଲି ଆସିଥିବା ଦେଖି ଜେଲ ୱାର୍ଡେନ୍ ସାଇରନ୍ ବଜାଇଥିଲେ। ଏହାପରେ ଜେଲରେ ମୁତୟନ ସୁରକ୍ଷା ବାହିନୀ ସେଠାକୁ ଆସି ସମସ୍ତଙ୍କୁ କାବୁ କରି ପୁଣି ଜେଲ ଭିତରକୁ ନେଇଥିଲେ। ସେଠାରେ କଏଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ, ସବୁଦିନ ଭଳି ଗୁରୁବାର ମଧ୍ୟ ଜେଲ ଅନ୍ତେବାସୀଙ୍କୁ ସକାଳ ନିତ୍ୟକର୍ମ କରିବା ପାଇଁ ଛଡ଼ା ଯାଇଥିଲା ା ତେବେ କୌଶଳକ୍ରମେ ୬ ଜଣ କଏଦୀ ଓ ପୁଞ୍ଜିଲାଲ ମେହେର କାରାଗାର ଭିତରୁ ମୁଖ୍ୟଗେଟ୍ ପାଖକୁ ଚାଲି ଆସିଥିବା ଦେଖାଯାଇଥିଲା। ସେମାନେ ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି। ଘଟଣାକୁ ଆଖିଆଗରେ ରଖି ପାଟଣାଗଡ଼ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।