CRIMEODISHATOP STORIES

ବ୍ରାଉନ ସୁଗାର ଚାଲାଣ, ବିଟେକ ଛାତ୍ର ଗିରଫ

ଭୁବନେଶ୍ୱର, ୨୫।୧ (ଓଡ଼ିଶା ଭାସ୍କର): ଭୁବନେଶ୍ବରର ପଟିଆ ଛକ ନିକଟରୁ ବ୍ରାଉନ ଶୁଗାର୍ ଜବତ କରିଛି ଅବକାରୀ ବିଭାଗ। ୬୦ ଗ୍ରାମ ବ୍ରାଉନ ସୂଗାର ଜବତ କରାଯିବା ସହ ଜଣେ ବି ଟେକ୍ ଛାତ୍ରଙ୍କୁ ଗିରଫ କରାଯାଇଛି। ସେ ବିଭିନ୍ନ ସ୍ଥାନରେ ବ୍ରାଉନ ସୂଗର୍ ପହଞ୍ଚାଇବା କାର୍ଯ୍ୟ କରୁଥିଲେ। ଛାତ୍ରମାନେ ଏପରି ଅପରାଧୀ କାର୍ଯ୍ୟକ୍ରମରେ ସାମିଲ ହେବା ପୋଲିସର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ଦୈନିକ ସେ ୧୦୦ ଗ୍ରାମ ବ୍ରାଉନସୁଗର ବିକ୍ରି କରୁଥିଲା । ଆଜି ମଧ୍ୟ ସେ ବିକ୍ରି କରିବା ପାଇଁ ବିଗ ବଜାର ନିକଟରେ ଛିଡ଼ା ହୋଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ତେବେ ସେ କେଉଁଠାରୁ ଏତେ ପରିମାଣର ପାଉଡର ଆଣୁଥିଲା ସେ ନେଇ ତଦନ୍ତ ଚାଲିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close