ODISHASPORTSTOP STORIESUncategorized

କଂଗ୍ରେସ ସରକାର ଗଠନ କଲେ ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ : ରାହୁଲ୍

ମୋଦୀଙ୍କ ଜୁନିଅର୍ ପାର୍ଟନର ହେଉଛନ୍ତି ନବୀନ

ଭୁବନେଶ୍ୱର, ୨୫।୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ପଡିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶକୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ରାହୁଲ୍ କାର୍ଯ୍ୟକ୍ରମ ସ୍ଥଳୀରେ ପହଞ୍ଚି ଥିଲେ। ତମାଣ୍ଡୋ ପଡ଼ିଆରେ ରାହୁଲ୍ ୨ ଟା ୫ ମିନିଟ୍ ରେ ପହଞ୍ଚିବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ରାହୁଲ୍ ୩ ଟା ୫୫ ମିନିଟ୍ ରେ ପହଞ୍ଚିଥିଲେ। ଏହି ଅବସରରେ ରାହୁଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଛନ୍ତି। ଜୟ ଜଗନ୍ନାଥ କହି ରାହୁଲ୍ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ରାହୁଲ୍ କହିଛନ୍ତି ଯେ, ମୋଦି ଓ ନବୀନ ସରକାରଙ୍କ ଚିନ୍ତାଧାରା ସମାନ। ଉଦ୍ୟୋଗପତି ଙ୍କୁ ହାତ ମୁଠାକୁ ଆଣି ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଶାସନ କରାଯାଉଛି। ଅମଲା ଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢ଼ା ଯାଉଛି। ଓଡ଼ିଶାବାସୀ ଦୂର୍ଦ୍ଧଶ ଶାସକ ଙ୍କୁ ବିନମ୍ର କରି ଦେଇ ଥିଲେ। ରାଜ୍ୟରେ ପ୍ରାକୃତିକ ସମ୍ପଦ ଭାରି ରହିଛି। ଶାସକ ମାନେ ଏହାକୁ ଲୁଟ୍ କରୁଛନ୍ତି। ତେଣୁ ରାଜ୍ୟର ନେତାଙ୍କ ଉନ୍ନତି ହୋଇଥିବା ବେଳେ କୃଷକଙ୍କୁ ଏହାର ଲାଭ ମିଳୁନାହିଁ ବୋଲି ରାହୁଲ୍ କହିଛନ୍ତି। ମୋଦୀଙ୍କ ଜୁନିଅର୍ ପାର୍ଟନର ହେଉଛନ୍ତି ନବୀନ ପଟ୍ଟନାୟକ। ଉଭୟ କୃଷକଙ୍କୁ ଅତ୍ୟାଚାର କରୁ ଛନ୍ତି। ଶାସନକୁ ଆସିଲେ କୃଷକ ଓ ଯୁବ ବର୍ଗ ଙ୍କୁ ଭୁଲିଯିବା ଉଭୟଙ୍କ ନୀତି ପାଲଟି ଯାଇଛି। ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବାର ମାତ୍ର ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ କରାଯିବା। ୧୧ ଦିନ ହେବନାହିଁ। ଆମେ ଯାହା ପ୍ରତିଶ୍ରୁତି ଦେଉ, ତାହାକୁ ପାଳନ କରୁ ବୋଲି ରାହୁଲ୍ କହିଛନ୍ତି। ଓଡ଼ିଶାରେ ଉଦ୍ୟୋଗ ଗୁଡ଼ିକର ପୁନଃ ଉଦ୍ଧାର କରାଯିବ। ଓଡ଼ିଶାର ଯୁବକଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ। ଚୌକିଦାର ଚୋର ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ରାଜ୍ୟର ନେତା ଓ ମନ୍ତ୍ରୀ ଚିଟଫଣ୍ଡ ରେ ସାମିଲ୍ ଥିବାରୁ ନବୀନଙ୍କ ରୀମୋର୍ଟ ଏବେ ମୋଦୀଙ୍କ ହାତରେ। ମୋଦି ଯେତେବେଳେ କୌଣସି ବିଲ୍ କୁ ସଂସଦରେ ପାସ କରାଇ ବାକୁ ଚାହୁଁ ଥିଲେ, ମୋଦି ଏହି ରିମୋର୍ଟ୍ ଟିପୁ ଛନ୍ତି ଏବଂ ନବୀନ ବିଲ୍ ପାସ କରାଇବାରେ ସହଯୋଗ କରୁଛନ୍ତି ବୋଲି ରାହୁଲ୍ କହିଛନ୍ତି। ଏହି ଅବସରରେ ରାଜ୍ୟର ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ବିଧିବଦ୍ଧ ଭାବେ କଂଗ୍ରେସ ରେ ସାମିଲ୍ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବି ବିଶ୍ବାଳ, ଭକ୍ତ ଦାସ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *