fbpx

ବଢ଼ିଲା ଲକ୍ ଡାଉନ ଅବଧି

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଲକ୍ ଡାଉନ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୨୯ଯାଏଁ ରାଜ୍ୟବ୍ୟାପୀ ଲକ-ଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ ୧୪ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କରାଯିବା ନେଇ ରାଜ୍ୟସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସମଗ୍ର ଦେଶ ୨୧ଦିନ ଲକ୍ ଡ଼ାଉନ ରହିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏହି ଲକ୍ ଡାଉନ ଘୋଷଣା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରବର୍ତ୍ତୀ ନିର୍ଦ୍ଦେଶନାମା ଓ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ଏନେଇ ଲକ୍ ଡ଼ାଉନ ଅବଧିକୁ ବୃଦ୍ଧି କରିଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.