BUSINESSTOP STORIES

ଆର୍ବିଆଇକୁ ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ଅବମାନନା ନୋଟିସ ଜାରି କରାଯାଇଛି । ଟ୍ରାନ୍ସପାରେନ୍ସି ଆଇନ ଅନୁଯାୟୀ ଏକ ସଂସ୍ଥା ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ସୂଚନା ଦେଉ ନ ଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଏହା ଉପରେ ଶୁଣାଣୀ କରି ଜଷ୍ଟିସ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି । ମୁମ୍ବାଇର ଅବେଦନକାରୀ ଗିରିଶ ମିତ୍ତଲ୍ଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏହି ଆବେଦନ ଦାଖଲ କରାଯାଇଥିଲା । ଆବେଦନରେ ଦର୍ଶାଯାଇଥିଲା ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରୁଲିଂକୁ ଅବମାନନା କରାଯାଇ ଏପରି କାର୍ଯ୍ୟ କରାଯାଇଛି । ୨୦୧୫ ଡିସେମ୍ବରରେ ସୂଚନା ଅଧିକାର ଆଇନ ବଳରେ ଏହି ସଂସ୍ଥା ବିରୋଧରେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ଏସ୍ବିଆଇ କରିଥିବା ଯାଞ୍ଚ ରିପୋର୍ଟ ମଗାଯାଇଥିଲା । କିନ୍ତୁ ଆର୍ବିଆଇ ଏହି ଯାଞ୍ଚ ରିପୋର୍ଟ ଦେବାକୁ ମନା କରିଦେଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ପ୍ରଣବ ସଚଦେବା ଏହି ମାମଲା ପରିଚାଳନା କରୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close