fbpx

କେଉଁ କଣ୍ଟାକ୍ଟରେ ବ୍ୟାପିପାରେ କରୋନା ଭାଇରସ୍? ଜାଣନ୍ତୁ

ନୂଆଦିଲ୍ଲୀ, ୨୮ା୩: ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଏହା ଏପରି ଏକ ଭାଇରସ୍ ଯାହା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଲେ ମଧ୍ୟ କରୋନା ହୋଇଯାଇଥାଏ । ହେଲେ ଏହି କଣ୍ଟାକ୍ଟ ବା ସମ୍ପର୍କ କଣ ଜାଣି ରଖନ୍ତୁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂଜ୍ଞା ଅନୁସାରେ କଣ୍ଟାକ୍ଟ ତିନି ପ୍ରକାରର । ପ୍ରଥମତଃ କରୋନା ସଙ୍କ୍ରମିତଙ୍କ ସହ ଯଦି ଗୋଟିଏ ଘରେ ରହୁଥିବେ ତେବେ ସଙ୍କ୍ରମଣର ଭୟ ରହିଥାଏ । ଦ୍ୱିତୀୟରେ ହସ୍ପିଟାଲରେ ସଙ୍କ୍ରମିତଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ଯଦି ଆସିଥିବେ । ଯେମିତିକି ବ୍ୟବହୃତ ସାମଗ୍ରୀ ବା ପ୍ରତିଷେଧକ ସାମଗ୍ରୀରେ ତ୍ରୁଟି ଥିଲେ ଏହା ସଙ୍କ୍ରମଣ ହୋଇଥାଏ । ତୃତୀୟତଃ ସଙ୍କ୍ରମିତଙ୍କ ଲାଳ, କଫ ଆଦି ସଂସ୍ପର୍ଶରେ ଆସିଥିଲେ ଏହାକୁ ମଧ୍ୟ କଣ୍ଟାକ୍ଟ କୁହାଯାଇଥାଏ ।

Get real time updates directly on you device, subscribe now.