BUSINESSTOP STORIES

ସୁନା ଦର ୩୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ସୁନାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାସ୍କରି ବିବାହ ଋତୁଗୁଡିକରେ ସୁନା ଦର ଆକାଶ ଛୁଆଁ ହୋଇଚାଲିଛି । ସୋମବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ୍ ପିଛା ୩୫୦ ଟଙ୍କା ବୃଦ୍ଧି ପାଇ ୩୩,୬୫୦ ଟଙ୍କାରେ ପହଞ୍ଚି ଯାଇଛି । ସେହିପରି ରୂପା ମୂଲ୍ୟ ୮୫୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୪୦, ୯୦୦ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସ୍ଥିତିରେ ସୁନା ମୂଲ୍ୟ ଆଉ କମିବା ଭଳି ଜଣାପଡୁନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଦିଲ୍ଲୀର ସରଫା ବଜାରରେ ୯୯.୯ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୩୫୦ ଟଙ୍କା ଲେଖାଏ ବୃଦ୍ଧି ପାଇ ଏହାର ମୂଲ୍ୟ କ୍ରମଶଃ ୩୩,୬୫୦ ଏବଂ ୩୩,୫୫୦ ଟଙ୍କାରେ ପହଞ୍ଚି ଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close