CRIMEODISHATOP STORIES

ଲାଞ୍ଚ ନେଇ ଫସିଲେ ଥାନା ଏ ଏସ ଆଇ

ଯାଜପୁର, ୩୧ା୧ (ଓଡ଼ିଶା ଭାସ୍କର): ଲାଞ୍ଚ ନେବା ଜଣେ ଥାନା ଏ ଏସ ଆଇଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯାଜପୁର ଭିଜିଲାନ୍ସ ୟୁନିଟ ତାଙ୍କୁ ଗିରଫ କରିଛି । ଏହି ପୋଲିସ ଏ ଏସ ଆଇଙ୍କ ନାମ ବିଜୟ କୁମାର ଦାସ ଏବଂ ସେ ଯାଜପୁର ଜିଲ୍ଲା ଟମକା ଥାନାରେ ଏ ଏସ ଆଇ ଭାବେ କାର୍ଯ୍ୟରତ ଥିଲେ । ଯାଜପୁରର ଅମରେନ୍ଦ୍ର ରାୟ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏକ କାମ ପାଇଁ ସେ ପାଞ୍ଚ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଜବତ କରାଯାଇଛି । ଏନେଇ କଟକ ଭିଜିଲାନ୍ସ ନିକଟରେ ମାମଲା ରୁଜୁ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close