BUSINESSNATIONALTOP STORIES

ଇମେଲ୍ ଆଇଡି, ପାସୱାର୍ଡ ହ୍ୟାକ୍ କରି କ୍ରେଡିଟ୍ କାର୍ଡ ତଥ୍ୟ ଚୋରାଉଛି ଭାଇରସ୍

ନୂଆଦିଲ୍ଲୀ, ୨ା୨ : ଗ୍ଲୋବାଲ୍ ସାଇବର ସିକ୍ୟୁରିଟି କମ୍ପାନୀ ‘ପାଲୋ ଅଲ୍ଟୋ’ ଏକ ଏପରି ମା ଲୱେରର ସନ୍ଧାନ କରିଛି ଯାହା ବ୍ୟବହାରକାରୀଙ୍କ ତଥ୍ୟ ଚୋରାଉଛି । ରିସର୍ଚ୍ଚ ଅନୁସାରେ, ଏହି ମା ଲ ୱେ ର ଗୁଗଲ୍ କ୍ରୋମରେ ସେଭ୍ କରାଯାଇଥିବା ୟୁଜରନେମ୍, ପାସୱାର୍ଡ ଏବଂ କ୍ରେଡିଟ୍ କାର୍ଡ ହ୍ୟାକ୍ କରିପାରିବ । କେବଳ ଏତିକି ନୁହେଁ, ଏହି ଭାଇରସ୍ ଆଇଓଏସ୍ ୟୁଜର୍ସଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇଚାଲିଛି । କୁକିମିନର ନାମକ ଏହି ଭାଇରସ୍ ମେନଷ୍ଟ୍ରିମ୍ କ୍ରିପ୍ଟୋକରେନ୍ସି ଏକଚେଞ୍ଜ ସହିତ ଜଡିତ ବ୍ରାଉଜର କୁକିଜ୍ ଏବଂ ଭିଜିଟ୍ କରାଯାଇଥିବା ୱା ଲେଟ୍ ସର୍ଭିସ ୱେ ବ ସାଇଟ୍ରୁ ତଥ୍ୟ ଚୋରାଇବାକୁ ସକ୍ଷମ । କ୍ରୋମ୍ରେ ସେଭ୍ କରାଯାଇଥିବା ପାସୱାର୍ଡ ଏବଂ ମ୍ୟାକ୍ରେ ଆଇଟ୍ୟୁନ୍ସ ବ୍ୟାକଅପ୍ସ ନେବା ପରେ ଏହା ଆଇଫୋନ୍ର ଟେକ୍ସଟ୍ ମ୍ୟାସେଜ୍ ଚୋରାଇଥାଏ । ଏପରିକି ଏହା ୱା ଲେଟ୍ ସର୍ଭିସରୁ ପ୍ୟାଥ୍ ବଦଳାଇବାକୁ ସକ୍ଷମ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *