fbpx

ଡାକ୍ତରଖାନାରେ ଉଲଗ୍ନହୋଇ ବୁଲୁଛନ୍ତି ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀର ଲୋକେ

ଦିଲ୍ଲୀର ତବ୍ଳିଗି ଜମାତ ବା ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ଦେଶର କରୋନୋ ଗ୍ରାଫ୍ କୁ ହଠାତ୍ ବଢ଼ାଇ ଦେଇଛି । ପାଖାପାଖି ୯ ହଜାର ଲୋକେ ଏଥାପାଇଁ ସଙ୍ଗରୋଧରେ ରହିଛନ୍ତି । କିନ୍ତୁ ଏହି ଜମାତିମାନଙ୍କ ଡାକ୍ତରଖାନରେ ଚାଲିଚଳନ ଏବେ ଡାକ୍ତର ଓ ନର୍ସଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଗାଜିଆବାଦେରେ ଏହି କରୋନା ସଂଦିଗ୍ଧ ସରକାରୀ ଡାକ୍ତରଖାନା ଏମ୍.ଏମ୍.ଜି ର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ସଂପୃକ୍ତ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ଅଭିଯୋଗ ହେଲା ଏହି ଜମାତି ମାନେ ଡାକ୍ତରଖାନାରେ ଉଲଂଗ୍ନ ହୋଇ ବୁଲୁଛନ୍ତି ।

ଖାଲି ସେତିକି ନୁହେଁ ନିଜ ମୋବାଇଲରେ ଅଶ୍ଳୀଳ ଗୀତ ଓ ଭିଡିଓ ପୁରା ଭଲ୍ୟୁମ ଦେଇ ଶୁଣୁଛନ୍ତି । ଯାହା କର୍ମଚାରୀ ମାନଙ୍କ ପାଇଁ ଶୃତିକଟୁ ହେଉଛି । ଏପରିକି ସେମାନେ ନର୍ସମାନଙ୍କୁ ଅଭଦ୍ର ଇସାରା ମଧ୍ୟ କରୁଛନ୍ତି । ଯାହାକୁ ନେଇ ଡାକ୍ତରଖାନା ପ୍ରଶାସନ ପୋଲିସ୍ ରେ ଅଭିଯୋଗ ମଧ୍ୟକରିଛି । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସିଟି ଏସ୍.ପି କହିଛନ୍ତି ।ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ମାମଲା ରୁଜ୍ଜୁ କରାଯାଇଛି ଏବଂ ସେମାନଙ୍କୁ ରାଜକୁମାର ଗୋଏଲ୍ ବୈଷୟିକ ପ୍ରତିଷ୍ଠାନକୁ ସ୍ଥନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.