fbpx

ଓଡିଶାରେ କରୋନା ତୃତୀୟ ପର୍ଯ୍ୟାୟର ପଦଧ୍ୱନୀ !

ଛାନିଆରେ ରାଜଧାନୀ ବାସୀ । ପୁଣି ଭୁବନେଶ୍ୱରରେ ଆଉ ଜଣେ କରୋନା ଆ୍ରକାନ୍ତ ଚିହ୍ନଟ । ହେଲେ ଚିନ୍ତାର ବିଷୟ ହେଉଛି ତାଙ୍କର କୈାଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂପୃକ୍ତ ବ୍ୟକ୍ତିଜଣକ ବିଦେଶ କି ଅନ୍ୟ ରାଜ୍ୟ ଭ୍ରମଣରେ ଯାଇନାହାନ୍ତି । ଏଭଳି ସ୍ଥଳେ ସେ କିଭଳି ସଂକ୍ରମିତ ହେଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ବିଶେଷଜ୍ଞଙ୍କ ଅନୁଯାୟୀ ଗୋଷ୍ଠୀ ସଂକ୍ରମଣ ବା ତୃତୀୟ ପର୍ଯ୍ୟାୟରେ ହିଁ ଏଭଳି କେଶ୍ ସାମନାକୁ ଆସିଥାଏ । ଯାହାର ପଦଧ୍ୱନୀ ସମୟ ଥାଇ ବୋଧହୁଏ ଶୁଣିପାରଛନ୍ତି ରାଜ୍ୟ ସରକାର । ପ୍ରଶ୍ନଉଠୁଛି ଏହା ହୋଇନଥିଲେ

.କାହିଁକି ନିଜ ଗାଇଡ୍ ଲାଇନ ଉଲଂଘନ କରି ଆକ୍ରନ୍ତଙ୍କ ନାଁ ପ୍ରକାଶ କଲେ ସରକାର ?
.କାହିଁକି ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ସୂର୍ଯ୍ୟନଗର ସିଲ୍ ?
.କାହିଁକି ପୁରା ଅଂଚଳକୁ ସାନିଟାଇଜ୍ କରାଯାଉଛି ?
.ଆକ୍ରାନ୍ତ ବ୍ୟକ୍ତି କେଉଠୁଁ ସଂକ୍ରମିତ ହେଲେ ମିଳିପାରୁନି କି ତାର ଚେର ?
.ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଠିକ ଆକଳନ ହୋଇପାରୁନି କି ?
.ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଅନାୟସରେ ବହୁ ଲୋକଙ୍କ ସହ ମିଶିଥିଲେ କି?

Get real time updates directly on you device, subscribe now.