fbpx

କରୋନା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଆରୋଗ୍ୟ ସେତୁ ଆପ୍, ଡାଉନ କରିଲେଣି ୩୦ଲକ୍ଷ ଲୋକ

ନୂଆଦିଲ୍ଲୀ, ୩।୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ତବଲିଗି ଜମାତର ୬୪୭ କେସ୍ ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହିପରି ଘଟଣାକୁ ନେଇ କରୋନା ମାମଲା ବଢ଼ିଛି । ଏହାସହ ଦେଶରେ ୧୫୭ କରୋନା ପୀଡ଼ିତା ସୁସ୍ଥ ହୋଇଛନ୍ତି । କରୋନା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଆରୋଗ୍ୟ ସେତୁ ଆପ୍ ଖୋଲାଯାଇଛି । ଏହି ଆପକୁ ପ୍ରାୟ ୩୦ଲକ୍ଷ ଲୋକ ଡାଉନ କରିସାରିଲେଣି ବୋଲି ସେ କହିଛନ୍ତି । ଦେଶରେ କରୋନାରେ ଏପର୍ଯ୍ୟନ୍ତ ୫୬ଜଣଙ୍କ ମୃତ୍ୟୁ ଘଟିଲାଣି । ବର୍ତ୍ତମାନ ଦେଶରେ କରୋନାରେ ଏପର୍ଯ୍ୟନ୍ତ ୨୩୦୧ଜଣ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.