NATIONALNATIONAL NEWSNEWS

ଧାରଣା ସମାପ୍ତ କଲେ ମମତା ବାନାର୍ଜୀ

କୋଲକାତା, ୫ା୨: ସିବିଆଇ ସହ ବିବାଦକୁ ନେଇ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କ ଧାରଣା ସମାପ୍ତ କରିଛନ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ପଶ୍ଚିମବଙ୍ଗ ପୋଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ ନ କରିବାକୁ ଆଦେଶ ଦେବା ପରେ ମମତା ଏହିପରି ନିଷ୍ପତ୍ତି ନେଇଛନ୍ତି । ସେ ରବିବାର ସଂନ୍ଧ୍ୟାରୁ ଧାରଣା ଆରମ୍ଭ କରିଥିଲେ । ତେବେ ଧାରଣା ସମାପ୍ତ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏବେ ସମସ୍ତ ଏଜେନ୍ସିକୁ ନିଜ ହାତରେ ରଖିବାକୁ ଚାହୁଁଛନ୍ତି । ଏପରିକି ରାଜ୍ୟଗୁଡିକର ତଦନ୍ତକାରୀ ଏଜେନ୍ସିକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଦିଲ୍ଲୀରେ କାମ କରିପାରୁ ନାହାନ୍ତି । ତେଣୁ ସେ ଇସ୍ତଫା ଦେଇ ଗୁଜରାଟ ଚାଲି ଯାଆନ୍ତୁ ବୋଲି ମମତା କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *