BUSINESSTOP STORIES

ରେପୋ ରେଟ୍ କମାଇପାରେ ଆର୍ବିଆଇ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଗୁୁରୁବାର ସୁଧହାର ଘୋଷଣା କରିବ । ଏସ୍ବିଆଇର ରିସର୍ଚ୍ଚ ରିପୋର୍ଟ ଅନୁସାରେ ରେପୋ ରେଟ୍କୁ ଆର୍ବିଆଇ ୦.୨୫ ପ୍ରତିଶତ କମ୍ କରିପାରେ । ଦରବୃଦ୍ଧି ଦର ଆର୍ବିଆଇର ଲକ୍ଷ୍ୟ ଅନୁସାରେ ହୋଇଥିବାରୁ ସୁଧହାର କମ୍ କରିବାକୁ ମଧ୍ୟ ଘୋଷଣା କରାଯାଇପାରେ । ଯଦି ଆର୍ବିଆଇ ଏପରି ଘୋଷଣା କରେ ସମସ୍ତ ପ୍ରକାର ଲୋନ୍ ଶସ୍ତା ହୋଇଯିବ । ରେପୋ ରେଟ୍ ସେହି ଦର ଯେଉଁଥିରେ ଆର୍ବିଆଇ ବ୍ୟାଙ୍କଗୁଡିକୁ କରଜ ଦେଇଥାଏ । ବ୍ୟାଙ୍କକୁ ଶସ୍ତାରେ କରଜ ମିଳିଲେ ଏହାର ପ୍ରଭାବ ଗ୍ରାହକଙ୍କୁ ଦିଆଯାଉଥିବା ସୁଧହାର ଉପରେ ମଧ୍ୟ ପଡ଼ିବ । ଏସ୍ବିଆଇର ଇକୋରେପ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ବିଆଇ ସୁଧହାର କମ୍ କରିବାର ନିଷ୍ପତ୍ତି ଏପ୍ରିଲ୍ରୁ ଆରମ୍ଭ କରିବାକୁ ଘୋଷଣା କରିପାରେ । କିନ୍ତୁ ଚଳିତ ମାସ ୭ ତାରିଖରେ ଏନେଇ ଘୋଷଣା କରାଗଲେ ମଧ୍ୟ କୌଣସି ଆଶ୍ଚର୍ଯ୍ୟ ହେବ ନାହିଁ । ଆର୍ବିଆଇ ଗତ ୩ଟି ସମୀକ୍ଷା ବୈଠକରେ ସୁଧହାରରେ କୌଣସି ପରିବର୍ତ୍ତନ କରି ନଥିଲା । ତେବେ ଏହାପୂର୍ବରୁ ୨ଥର ରେପୋ ରେଟ୍ରେ ୦.୨୫-୦.୨୫ ପ୍ରତିଶତ ଲେଖାଏଁ ବୃଦ୍ଧି କରିଥିଲା । ବର୍ତ୍ତମାନର ରେପୋ ରେଟ୍ ୬.୫୦ ପ୍ରତିଶତ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close