BUSINESSNEWSTOP STORIES

ଫ୍ଲିପକାର୍ଟରୁ ଅଲଗା ହୋଇପାରେ ୱା ଲମାର୍ଟ

ନୂଆଦିଲ୍ଲୀ : ବହୁରାଷ୍ଟ୍ରୀୟ କମ୍ପାନୀ ୱା ଲମାର୍ଟ ଭାରତରେ ଏଫ୍ଡିଆଇ ଆଇନ ଲାଗୁ ହେବା ପରେ ଖୁବ୍ଶୀଘ୍ର ଫ୍ଲିପକାର୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇପାରେ । ରିସର୍ଚ୍ଚ କମ୍ପାନୀ ମୋର୍ଗନ୍ ଷ୍ଟେନ୍ଲୀ ଅକଳନ କରିଛି ଯେ, ଏସମ୍ପର୍କରେ ୱା ଲ୍ମାର୍ଟ ଖୁବ୍ଶୀଘ୍ର ଘୋଷଣା କରିପାରେ । କେନ୍ଦ୍ର ସରକାର ଚଳିତ ମାସ ୧ ତାରିଖରୁ ଲାଗୁ କରିଥିବା ନୂଆ ଆଇନ ଅନୁସାରେ ଏହି କମ୍ପାନୀଗୁଡିକର ଷ୍ଟକ୍ ଉପରେ ନିୟନ୍ତ୍ରଣ ରଖିବା ଏବଂ ସାମଗ୍ରୀ ବିକ୍ରି କରୁଥିବା ଭେଣ୍ଡର୍ସଙ୍କୁ ଭାଗୀଦାର ମାନିବାକୁ ମନା କରାଯାଇଛି । ଏବେ ଏହି କମ୍ପାନୀଗୁଡିକର ଷ୍ଟକ୍ରେ ୨୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ନୂତନ ନିୟମ ଲାଗୁ ହେବା ପରେ ଫ୍ଲିପକାର୍ଟ ଏବଂ ଆମାଜନ୍ର ସପ୍ଲାଇ ଚେନ୍ ସହ ଏକ୍ଲୁଜିଭ୍ ଡିଲ୍ ଉପରେ ମଧ୍ୟ ପ୍ରଭାବ ପଡିଛି । ଏହି ଦୁଇ କମ୍ପାନୀ ଏହିଭଳି ଭାବେ ୫୦ ପ୍ରତିଶତ ଆମଦାନୀ କରୁଥିଲେ । ଫ୍ଲିପକାର୍ଟର ଅଧିକାଂଶ ସେଲ୍ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପରେ ହିଁ ହେଉଥିଲା । ନୂତନ ଇ-କମର୍ସ ନୀତୀ ଲାଗୁ ହେବା ପରେ ଦୁଇ ପ୍ରମୁଖ ଅନ୍ଲାଇନ୍ ସାମଗ୍ରୀ ବିକ୍ରେତା କମ୍ପାନୀଙ୍କ ୪ ଲକ୍ଷରୁ ଅଧିକ ପ୍ରଡକ୍ଟ ଗାଏବ ହୋଇଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *