fbpx

୨୪ ଘଣ୍ଟାରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି

ନୂଆଦିଲ୍ଲୀ, ୪ା୪: ଗତ ୨୪ ଘଣ୍ଟାରେ ଭାରତରେ ୧୨ଜଣ କରୋନା ଜନିତ ରୋଗ (କୋଭିଡ୍‌-୧୯) ଫଳରେ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ଦେଶରେ କୋଭିଡ୍‌-୧୯ ଯୋଗୁଁ ମୃତକଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୯୦୨କୁ ବୃଦ୍ଧି ପାଇଛି । ଦେଶରେ ଏଯାଏଁ ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶନିବାର ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ । ସେ କହିଛନ୍ତି ଯେ, ସାରା ଦେଶ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ମୁହଁ ଘୋଡ଼ାଇ ରଖିବାକୁ ଗାଇଡ୍ ଲାଇନ୍ ଜାରି ହୋଇଛି । ବୟସ୍କ, ଡାଏବେଟିସ୍‌, କୀଡ଼୍‌ନୀ ରୋଗୀ ହାଇ ରିସ୍କରେ ରହିଛନ୍ତି । ସ୍ଥିତି ମୁକାବିଲା ପାଇଁ ୧.୩୪ ଲକ୍ଷ କର୍ମୀଙ୍କୁ ଟ୍ରେନିଂ ଦିଆଯାଇଛି ।

Get real time updates directly on you device, subscribe now.