fbpx

କରୋନାର ଦୁଃଖ: କୁକୁରଠାରୁ ରୁଟି ଛଡାଇଲେ ମହିଳା

କରୋନା ଭାଇରସର ମୁକାବିଲା କରିବା ପାଇଁ ଦେଶକୁ ୧୪ ଏପ୍ରିଲ ଯାଏଁ ଲକ୍-ଡାଉନ୍ କରିଦିଆଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ଲୋକେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଏଭଳି ପରିସ୍ଥିତିରେ ଗରିବଙ୍କ ଅବସ୍ଥା କହିଲେ ନସରେ । ଗରିବଙ୍କ ପେଟକୁ ଦାନା ମହଙ୍ଗା ପଡିଥିବା ବେଳେ ସେମାନେ ଟିକିଏ ଖାଦ୍ୟ ପାଇଁ ସେମାନେ ବିକଳ ହେଉଛନ୍ତି । ସେହିପରି ଅନାହାରର ଚିତ୍ର ବିହାରର ଭାଗଲପୁରରୁ ଆସିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଏମିତି ଲାଗୁଛି, ଲକ୍-ଡାଉନ୍ ହେତୁ ମଣିଷ ଓ ପଶୁ ମଧ୍ୟରେ ପାର୍ଥକ୍ୟ ଲିଭି ଯାଇଛି ।


ତେବେ ଭାଗଲପୁର ରାସ୍ତାରେ ଗୋଟିଏ ରୁଟି ଖଣ୍ଡ ପଡିଥିଲା । ଗୋଟିଏ କୁକୁର ସେହି ରୁଟି ଖାଇବା ପାଇଁ ସେଠାରେ ପହଞ୍ଚିଥିବା ବେଳେ ସେଠାରେ ଦୁଇ ଜଣ ମହିଳା ପହଞ୍ଚିଥିଲେ । ଦୁଇ ମହିଳା କୁକୁରଟିକୁ ସେଠାରୁ ହଟାଇ ରୁଟି ଖଣ୍ଡଟିକୁ ଉଠାଇ ସେଠାରୁ ଚାଲିଯାଇଥିଲେ । ଏହି ପୂରା ଘଟଣା ସେଠାରେ ଳଗାଯାଇଥିବା ଏକ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଡିଓ ଦେଖୁଥିବା ବ୍ୟକ୍ତି ମଧ୍ୟ ଥରି ଉଠିଲେ । ଗରିବଙ୍କ ଉପରେ ଖାଦ୍ୟର ସଙ୍କଟ ଏପରି ଭାବେ ହୋଇଛି, କି ସେମାନେ ଏବେ ରାସ୍ତାରେ ଫିଙ୍ଗା ହୋଇଥିବା ଖାଦ୍ୟକୁ ଉଠାଇବା ଆରମ୍ଭ କଲେଣି ।

Get real time updates directly on you device, subscribe now.