SPORTSTOP STORIES

ନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦, ଭାରତୀୟ ଟିମ୍ ପରାଜିତ

ୱେଳିଂଟନ, ୬।୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍ ଆଜି ୱେଲିଂଟନ୍ ଠାରେ ଘରୋଇ ଦଳ ବିପକ୍ଷରେ ୩ ଟିକିଆ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଖେଳି ଥିଲା। ତେବେ ଏହି ମ୍ୟାଚରେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାକୁ ପଡ଼ିଛି। ଭାରତୀୟ ଟିମ୍ ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂଗ୍ କରିବାକୁ ନିଷ୍ପତି ନେଇ ଥିଲେ। କିନ୍ତୁ ଭାରତୀୟ ବୋଲର ମାନେ ଅଧିନାୟକ ଙ୍କ ନିଷ୍ପତି କୁ ଉଚିତ୍ ସାବ୍ୟସ୍ତ କରି ପାରି ନଥିଲେ। ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାନେ ଦମଦାର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୨୧୯ ରନ୍ ର ବିଶାଳ ସ୍କୋର କରିଥିଲେ। ୨୨୦ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ବ୍ୟାଟିଂ ପାଇଁ ଆସିଥିବା ଭାରତୀୟ ଟିମ୍ ୧୩୯ ରନ୍ ରେ ଅଲ୍ ଆଉଟ୍ ହୋଇ ଯାଇଛି। ଫଳରେ ନ୍ୟୁଜିଲାଣ୍ଡ ଏବେ ଟି – ୨୦ ସିରିଜ ରେ ୧ – ୦ରେ ଆଗୁଆ ହୋଇ ଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *