fbpx

କଟକରେ ପୋଲିସକୁ ପଥରମାଡ଼

କଟକ, ୫ା୪ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟ୍‌ଡାଉନ୍ ଜାରି ହୋଇଥିବା ବେଳେ କଟକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ସେଠାରେ ସଟ୍‌ଡାଉନ୍ ନିୟମ ତଦାରଖ କାର୍ଯ୍ୟରେ ନିୟୋଜିତ ଥିବା କେତେକ ପୋଲିସ କର୍ମୀଙ୍କ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି । କେଶରପୁର ଅଞ୍ଚଳର ଏକ ଗଳି ମଧ୍ୟରୁ କେତେକ ଦୁର୍ବୃତ୍ତ ଯୁବକ ଏପରି କରିଥିବା ଜଣାପଡ଼ିଛି । ମଙ୍ଗଳାବାଗ ଓ ଦରଘାବଜାର ସୀମାଞ୍ଚବର୍ତ୍ତି କେଶରପୁର ଅଞ୍ଚଳରେ ଛାତ ଉପରୁ ଢ଼େଲାମାଡ଼ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ପାଟ୍ରୋଲିଂକୁ ବିରୋଧକରି ଏହି ଢ଼େଲା ମାଡ଼ ହୋଇଛି । କେଉଁ ସ୍ଥାନରୁ ଢ଼େଲାମାଡ଼ ହୋଇଛି ତାହାର ଯାଞ୍ଚ କରାଯାଉଛି । ଏଭଳି କାଣ୍ଡ ଘଟାଇଥିବା ଯୁବକଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ଲୋକମାନେ ଶାନ୍ତ ରୁହନ୍ତୁ । ଏପରି ଢ଼େଲାମାଡ଼ରୁ କ୍ଷାନ୍ତ ରୁହନ୍ତୁ । ପରିସ୍ଥିତିକୁ ନବିଗାଡ଼ନ୍ତୁ ବୋଲି ଡିସିପି ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.