NATIONALNATIONAL NEWSNEWSTOP STORIES

ସିବିଆଇ ପୂର୍ବତନ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୭।୧: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦେଶକ ତଥା ଓଡ଼ିଶା କ୍ୟାଡ଼ର ଆଇପିଏସ୍ ନାଗେଶ୍ଵର ରାଓଙ୍କ ଉପରେ ଖପ୍ପା ହୋଇ ସୁପ୍ରିମକୋର୍ଟ ଆଜି ନୋଟିସ ଜାରି କରିଛନ୍ତି। ଅଦାଲତ ଅବମାନନା ନେଇ ଏହି ନୋଟିସ ଜାରି କରାଯିବା ସହ ଫେବୃଆରୀ ୧୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦିଆ ଯାଇଛି। ସିବିଆଇ ଅନ୍ତରୀଣ ନିର୍ଦେଶକ ଥିବା ସମୟରେ କୌଣସି ବଡ଼ ନିଷ୍ପତି ନ ନେବାକୁ ତାଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ସେ ଏହାକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି। ସିବିଆଇ ଅଧିକାରୀ ଏ କେ ଶର୍ମାଙ୍କ ବଦଳିକୁ ନେଇ ଆବେଦନ ଉପରେ କୋର୍ଟ ଏପରି ପଦକ୍ଷେପ ନେଇଥିବା ଜଣା ପଡିଛି। ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅସନ୍ତୋଷ ଜାହିର କରିବା ସହ ନୋଟିସ ଜାରି କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *