ODISHATOP STORIES

ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

୫୬, ୯୨୧କୋଟି ଟଙ୍କାର ଲେଖାନୁଦାନ ଆଗତ

ଭୁବନେଶ୍ୱର, ୭ା୨ (ଓଡ଼ିଶା ଭାସ୍କର): ଗୁରୁବାର ୨୦୧୯-୨୦ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତିି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେ ମୋଟ ୫୬,୯୨୧ କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି । ଜାତୀୟ ଅଭିବୃଦ୍ଦି ହାର ୭.୧% ରହିଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୮% ରହିଛି । ୨୦୦୫ଠାରୁ ରାଜ୍ୟ ଲଗାତାର ବଳକା ରାଜ୍ୟ ଭାବେ ପରିଗଣିତ ହୋଇଚାଲିଛି । ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଚାଷିଙ୍କ ଉନ୍ନତି ପାଇଁ ସରକାର କାଳିଆ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । କାଳିଆ ଯୋଜନା ପାଇଁ ଚାରି ହଜାର ୪୬୧କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି ଋଣରେ ସୁଧ ରିହାତି ପାଇଁ ୮୦୦କୋଟି ବ୍ୟୟ ବରାଦ କରାଯାଇଛି । ଆମ ଗାଁ ଆମ ବିକାଶରେ ପିଠା ଯୋଜନାରେ ୪୦୦କୋଟି ଟଙ୍କା ବ୍ୟୟ କରାଯାଇଛି । ଆଡ଼ିବନ୍ଧ ନିର୍ମାଣ ପାଇଁ ୩୫୭କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁସେତୁ ଯୋଜନା ପାଇଁ ୫୦୦କୋଟି ଟଙ୍କା ବ୍ୟୟ କରାଯାଇଛି । ରାଜ୍ୟରେ ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୦୨୮ କୋଟି ବ୍ୟୟ କରାଯାଇଛି । ୩୩/୧୧ କେଭି ବିଦ୍ୟୁତ ଉପକେନ୍ଦ୍ର ସ୍ଥାପନ ପାଇଁ ୫୩୩କୋଟି ବ୍ୟୟବରାଦ ହୋଇଛି । ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଖର୍ଚ୍ଚ କରାଯାଇଛି । ମିଶନ ଶକ୍ତି ପାଇଁ ୩୦୧କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୩୦୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୮୬୪କୋଟ ଟଙ୍କା ବ୍ୟୟ କରାଯାଇଛି । ବିଜୁ ଯୁବ ବାହିନୀ ପାଇଁ ୧୦୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପାର୍ବତୀ ଗିରି ବୃହତ ଉଠା ଜଳ ସେଚନ ପାଇଁ ୧୭୭୭କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦କୋଟି ଟଙ୍କାର ବ୍ୟୟବରାଦ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ।
କେଉଁ ଯୋଜନାକୁ କେତେ
ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତି ପାଇଁ ୪୧୦ କୋଟି
ଟଙ୍କିକିଆ ଚାଉଳ ପାଇଁ ୧୦୨୮ କୋଟି
୩୩/୧୧ କେଭି ବିଦ୍ୟୁତ ଉପକେନ୍ଦ୍ର ପାଇଁ ୫୩୩ କୋଟି
ବସୁଧା ଯୋଜନା ପାଇଁ ୨୯୩୫ କୋଟି
ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି
ମିସନ ଶକ୍ତି ଯୋଜନା ପାଇଁ ୩୦୧ କୋଟି
ମମତା ଯୋଜନା ପାଇଁ ୩୦୫ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୦୧ କୋଟି
ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି
ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି
ପାର୍ବତଗିରି ବୃହତ ଉଠା ଜଳସେଚନ ପାଇଁ ୧୭୭୭ କୋଟି
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୧୪୬୫ କୋଟି
ସଡ଼କ ଉନ୍ନୟନ କାର୍ଯ୍ୟ ପାଇଁ ୧୩୦୦ କୋଟି
ବିହନ ଓ ସାର ପାଇଁ କର୍ପସ ପାଣ୍ଠି ଲାଗି ୨୬୦ କୋଟି
ଏସ୍ସି/ଏସ୍ଟି ଛାତ୍ରବୃତ୍ତି ପାଇଁ ୯୫୯ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି
ଜଳକ୍ରିଷ୍ଟ ଅଞ୍ଚଳରେ ଭୂତ୍ତଳ ଜନ ଉତ୍ତୋଳନ ପାଇଁ ୨୫୦ କୋଟି
ଉନ୍ନତି ଯୋଜନା ପାଇଁ ୪୦୧ କୋଟି
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି
ଏସ୍ସି / ଏସ୍ଟି ଛାତ୍ରାବାସ ନିର୍ମାଣ ପାଇଁ ୨୨୭ କୋଟି
କେନାଲ ପ୍ରଣାଳୀର ସୁବ୍ୟବସ୍ଥା ପାଇଁ ୨୧୦ କୋଟି
ରାଜ୍ୟ ରାଜ୍ୟପଥ ଉନ୍ନୟନ ପ୍ରକଳ୍ପ ପାଇଁ ୨୦୦ କୋଟି
ରାଜଧାନୀ ଅଞ୍ଚଳରେ ବିଦ୍ୟୁତିକରଣ ସୁବିଧା ପାଇଁ ୧୯୦ କୋଟି
ଶିଳ୍ପ ସହାୟତା ଓ ପ୍ରୋତ୍ସାହନ ପାଇଁ ୧୮୮ କୋଟି
୨୦୧୯-୨୦ ପାଇଁ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି
୨୦୧୯-୨୦ରେ ପୁଞ୍ଜି ଖର୍ଚ୍ଚ ୨୩,୭୮୪ କୋଟି
ଆର୍ଥୀକ ବର୍ଷର ମୋଟ ପୁଞ୍ଜି ଖର୍ଚ୍ଚ ମୋଟ ଘରୋଇ ଉତ୍ପାଦର ୪.୪%
୨୦୧୯-୨୦ରେ ରାଜସ୍ୱ ପ୍ରାପ୍ତି ଲକ୍ଷ୍ୟ ୧,୧୦,୭୧୦ କୋଟି
ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଦିଆଯିବ ୨ହଜାର କୋଟି

Show More

Related Articles

Leave a Reply

Your email address will not be published. Required fields are marked *